ସ୍ୟାଣ୍ଡ୍ ଆନିମେସନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ - ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/04-02-2024/640-480-20662140-thumbnail-16x9-1.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 4, 2024, 7:09 AM IST
Sand animation on world's first Odia language conference ବ୍ରହ୍ମପୁର: ସ୍ୟାଣ୍ଡ୍ ଆନିମେସନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବ୍ରହ୍ମପୁର ସହରର ଯୁବ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ଏକ ସୁନ୍ଦର ସ୍ୟାଣ୍ଡ୍ ଆନିମେସନ ପ୍ରସ୍ତୁତ କରିଛନ୍ତି । ନିଜର କଳାରେ ସେ ଓଡ଼ିଆ ଜାତିର ମହାନ ବ୍ୟକ୍ତିତ୍ବ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ରାମଚନ୍ଦ୍ର ମର୍ଦ୍ଦରାଜ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ, ରମା ଦେବୀ, ଉତ୍କଳ ଗୌରବ ମଧୁସୁଦନ ଦାସ, ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିଙ୍କୁ ସ୍ଥାନିତ କରିଛନ୍ତି । ଏଥିସହ ଓଡ଼ିଆ ବର୍ଣ୍ଣମାଳା ଅ, ଆ, ଇ, ଈ ଲେଖିବା ସହ ବନ୍ଦେ ଉତ୍କଳ ଜନନୀ, ମୁଁ ଗର୍ବିତ ଓଡ଼ିଆ ମଧ୍ୟ ଲେଖିଛନ୍ତି । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀକୁ ନେଇ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିବା ବେଳେ ଯୁବ ବାଲୁକାଶିଳ୍ପୀଙ୍କ ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଏହାମଧ୍ୟ ପଢନ୍ତୁ.. ବିଶ୍ୱ ଓଡିଆ ଭାଷା ସମ୍ମିଳନୀ: ଏହାର ଆଭିମୁଖ୍ୟ ଜାଣନ୍ତୁ
ଇଟିଭି ଭାରତ, ବ୍ରହ୍ମପୁର