ଚଳନ୍ତା ଟ୍ରେନରୁ ଖସିଲେ ବୃଦ୍ଧା, ଅଳ୍ପକେ ବର୍ତ୍ତିଲା ଜୀବନ

By ETV Bharat Odisha Team

Published : Jan 28, 2024, 10:59 PM IST

thumbnail

ଖୋର୍ଦ୍ଧା: ରଖେ ହରି ତ ମାରେ କିଏ । ଏକ ନିଶ୍ଚିତ ମୃତୁ ମୁହଁରୁ ଅଳ୍ପକେ ବଞ୍ଚିଲେ ବୃଦ୍ଧା । ଖୋର୍ଦ୍ଧା ରୋଡ଼ ରେଳବାଇ ପ୍ଲାଟଫର୍ମ ନମ୍ବର ୪ରେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ଜଣେ ବୃଦ୍ଧା । ଋଷିକେଶ ପୁରୀ ଉତ୍କଳ ଏକ୍ସପ୍ରେସ ଟ୍ରେନ ଆଜି ଦିନ ଦୁଇଟା ପାଖପାଖି ଖୋର୍ଦ୍ଧା ରୋଡ଼ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୪ରେ ପହଞ୍ଚିଥିଲା । ଟ୍ରେନଟି ପୁରୀ ଯିବା ପାଇଁ ପ୍ଲାଟଫର୍ମରୁ ଛାଡୁଥିବା ସମୟରେ ହଠାତ ଜଣେ ବୃଦ୍ଧା ଟ୍ରେନରେ ଚଢ଼ିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଭାରସାମ୍ୟ ହରାଇ ଟ୍ରେନ ସହିତ ପ୍ଲାଟଫର୍ମରେ ଘୋଷୁଡ଼ିଥିବା ସମୟରେ ହଠାତ ସେଇ ପ୍ଲାଟଫର୍ମରେ କାର୍ଯ୍ୟରତ ଆରପିଏଫ ହେଡ କନେଷ୍ଟବଳ ହେମବତୀ ବେହେରା ଦେଖି ଥିଲେ । ତୁରନ୍ତ ନିଜ ଜୀବନକୁ ବାଜି ଲଗାଇ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ବୃଦ୍ଧାଙ୍କୁ ମରଣ ମୁହଁରୁ ରକ୍ଷା କରିପାରିଛନ୍ତି । ବୃଦ୍ଧା ଜଣକ ହଉଛନ୍ତି ମନୋରମା ଶ୍ରୀବାସ୍ତବ । ସେ ଖୋର୍ଦ୍ଧା ରୋଡରୁ ପୁରୀ ଯାଉଥିଲେ । 

ଏହା ମଧ୍ୟ ପଢନ୍ତୁ .....ଲୌହ ଦାନବ ନେଲା ଜୀବନ, ଟ୍ରାଏଲ ରନ ବେଳେ ଘଟିଲା ଅଘଟଣ ଦୁଇ ମୃତ

ତେବେ ହେମବତୀଙ୍କ ଏହି ସାହାସିକତା ପାଇଁ ରେଳ ବିଭାଗ ସହ ବିଭିନ୍ନ ମହଲରୁ ମଧ୍ୟ୍ୟ ପ୍ରଶଂସାର ସୁଅ ଛୁଟୁଛି । ସେପଟେ ରେଳ ଯାତ୍ରୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଓ ବିଜ୍ଞାପନ ମାଧ୍ୟମରେ ସଚେତନ କରୁଛି ରେଳ ବିଭାଗ ତା ସତ୍ତ୍ୱେ ବହୁ ଯାତ୍ରୀ ଏଥିପ୍ରତି ଧ୍ୟାନ ନଦେବା କାରଣରୁ ନିଜ ଜୀବନକୁ ବିପଦରେ ପକାଉଛନ୍ତି । ଯାତ୍ରୀମାନେ ରେଳ ଯାତ୍ରା କରିବା ପୂର୍ବରୁ ସତର୍କତାର ସହ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଚେତନତା ବାର୍ତ୍ତା ଅବଗତ ହୋଇ ରେଳଯାତ୍ରା କରିବାକୁ ଯାତ୍ରୀଙ୍କୁ ନିବେଦନ କରିଛନ୍ତି ବରିଷ୍ଠ ରେଳ କର୍ମଚାରୀ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.