ଗୋପ ତହସିଲ ସମ୍ମୁଖରେ ରାଜସ୍ବ କର୍ମଚାରୀଙ୍କ ଧାରଣା, ରହିଛି ୬ ଦଫା ଦାବି - ଗୋପରେ ଆନ୍ଦୋଳନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/19-02-2024/640-480-20788433-thumbnail-16x9-srt.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 19, 2024, 5:46 PM IST
ନିମାପଡା: ୬ ଦଫା ଦାବି ନେଇ ଧାରଣାରେ ବସିଛନ୍ତି ୧୪ ଜଣ ରାଜସ୍ବ କ୍ଷେତ୍ର ଅଧିକାରୀ । ଗୋପ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଆରାଇ,ଏଆରଆଇ, ସୁପରଭାଇଜରଙ୍କ ଧାରଣା ଜାରି ରହିଛି । ଆଜି ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଆହ୍ବାନ କ୍ରମେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ଓଡିଆରଏସ କ୍ୟାଡରର ପୁନଃଗଠନ ଦାବି ନେଇ ଆରମ୍ଭ ହୋଇଛି ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ସେମାନଙ୍କ ଦାବି ମଧ୍ୟରେ ରହିଛି ଓଡିଆରଏସ ନିୟମ-୧୯୮୩ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ, ରାଜସ୍ବ ନିରୀକ୍ଷକ ଭାବେ ପଦୋନ୍ନତି କରିବା, ଓଆରଏସରେ ପଦୋନ୍ନତି ପାଇଁ ସିସିଆର ମାନଦଣ୍ଡକୁ ବିଲୋପ କରିବା, ସପ୍ତମ ବେତନ ହାରରେ ଓଆରଏସକୁ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ଥିର କରିବା ଇତ୍ୟାଦି ।
ଏହା ମଧ୍ୟ ପଢନ୍ତୁ ... ରାଜରାସ୍ତାରେ ଶିକ୍ଷକ ମହାସଂଘ, ୫ ଦଫା ଦାବିରେ ଗଣଧାରଣା
ଏ ସମ୍ପର୍କରେ ଗୋପ ତହସିଲଦାର ରଞ୍ଜନ କୁମାର ପରିଡା କହିଛନ୍ତି, "ସେ ରାଜସ୍ବ ଅଧିକାରୀମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ବୁଝାସୁଝା କରିଛନ୍ତି । ସେମାନେ କୌଣସି କଥା ଶୁଣୁନଥିବାରୁ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ଯାହା ନିର୍ଦ୍ଦେଶ ମିଳିବ ସେ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।" କର୍ମଚାରୀମାନେ ଦାବି ପୂରଣ ନ ହେବା ଯାଏଁ ଧାରଣାରୁ ନ ହଟିବାର ନିଷ୍ପତ୍ତି ନେଇଥିବା ବେଳେ ଆନ୍ଦୋଳନ ଯୋଗୁଁ କୌଣସି କାମ ହୋଇପାରୁନଥିବାରୁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଇଟିଭି ଭାରତ, ନିମାପଡ଼ା