ଜୀବନ ଜୀଇଁବାର ରାହା ଶିଖାଉଛି 'ରେକି', ଜାଣନ୍ତୁ ଏହା କ'ଣ ଏବଂ କେଉଁ ଲାଭ ମିଳେ ? - What Is Reiki

By ETV Bharat Odisha Team

Published : Aug 12, 2024, 10:08 AM IST

thumbnail
ଜୀବନ ଜୀଇଁବାର ରାହା ଶିଖାଉଛି 'ରେକି' (ETV Bharat Odisha)

ଅନୁଗୋଳ: ଆଜି କାଲିର ବ୍ୟସ୍ତବହୁଳ ଜୀବନରେ ଏବେ ସମସ୍ତେ ବିଷାଦ ଗ୍ରସ୍ତ । ଯାହାକୁ ଦେଖିଲେ ସେ କୌଣସି ନା କୌଣସି ଏକ ରୋଗରେ ପୀଡ଼ିତ ଆଉ ତା ପାଇଁ ଔଷଧ ଖାଇବାକୁ ପଡୁଛି । ଏଭଳି ସ୍ଥିତିରେ ଏବେ 'ରେକି' ପ୍ରକ୍ରିୟାକୁ ଆପଣାଉଛନ୍ତି ଅନେକ ଲୋକ । ଆଉ ଯାହାର ଉପକାରିତାକୁ ଅନୁଭବ କରୁଛନ୍ତି ସେମାନେ । ତେବେ ଏହି 'ରେକି' କ'ଣ ? କାହିଁକି ଲୋକେ ଏହାକୁ ଏବେ ଆପଣାଇ ନେଉଛନ୍ତି । ଜାଣନ୍ତୁ 'ରେକି'ର ଗ୍ରାଣ୍ଡ ମାଷ୍ଟର ରାଜୀବ ଲୋଚନ ପଣ୍ଡା କ'ଣ କହୁଛନ୍ତି....

'ରେକି' କ'ଣ?

'ରେକି' ଏକ ଜାପାନୀ ଶବ୍ଦ । ଏହାର ଅର୍ଥ ବଡ଼ ବ୍ୟାପକ । ଏହାକୁ ରୋଗ ନିବାରଣ ସୂତ୍ର । ଯାହାର ଗ୍ରାଣ୍ଡ ମାଷ୍ଟର ହେଉଛନ୍ତି ରାଜୀବ ଲୋଚନ ପଣ୍ଡା । ତାଙ୍କ କହିବା ଅନୁସାରେ, ''ରେକି ହେଉଛି ଏକ ଜାପାନୀ ପଦ୍ଧତି । ପୂର୍ବେ ଏହାକୁ ଆମ ମୁନି ଋଷି ମାନେ ଆପଣାଇଥିଲେ । ଏହାକୁ ମଧ୍ୟ ବଶିଷ୍ଠ ବିଦ୍ୟା ବୋଲି କୁହାଯାଉଥିଲା । ସେତେବେଳେ ମୁନି ଋଷି ମାନେ ଏହି ବିଦ୍ୟାକୁ ପ୍ରୟୋଗ କରି ନିଜେ ନିଜକୁ ସୁସ୍ଥ ରଖି ପାରୁଥିଲେ । ଏହି ପଦ୍ଧତି ଦ୍ୱାରା ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ ବା ଉର୍ଯ୍ଯନିତ୍ୱ ହୋଇଥାଏ । ଯାହାଦ୍ୱାରା ମେଣ୍ଟାଲ ଇମ୍ୟୁନିଟି ଠାରୁ ଆରମ୍ଭ କରି ଫାଇନାସିୟଲ ଇମ୍ୟୁନିଟି ମଧ୍ୟ ବୃଦ୍ଧି ପାଇଥାଏ ବୋଲି ଦାବି କରିଛନ୍ତି ରାଜୀବ ଲୋଚନ ପଣ୍ଡା । 

୨୦୧୨ରୁ ସେ ଏହି ପଦ୍ଧତି ଲୋକଙ୍କୁ ଶିଖାଇଆସୁଛନ୍ତି

ନିଜ ମଧ୍ୟରେ ଥିବା ଅବଚେତନ ଶକ୍ତିକୁ ଚେତନ ଶୀଳ କରିବାରେ ରିକି ସାହାଯ୍ୟ କରିଥାଏ । ଯାହାକୁ ଆପଣାଇ ସେ ଆଜି ନିଜେ ଲାଭାନ୍ୱିତ ହେବା ସହ ଅନ୍ୟଙ୍କୁ ଚେତନଶୀଳ କରାଇବାର ମନ୍ତ୍ର ବାଣ୍ଟୁଛନ୍ତି । ଯାହାପାଇଁ ସେ ଅନେକ ସ୍ଥାନରେ ସମ୍ମାନର ଅଧିକାରୀ ମଧ୍ୟ ହୋଇଛନ୍ତି । 2012 ମସିହାରେ ପ୍ରଥମେ ନିଜେ ଅନୁଭବ କରିବା ପରେ 2014ରୁ ଏହାର ଜ୍ଞାନ ବାଣ୍ଟିବା ଆରମ୍ଭ କରିଛନ୍ତି । ଏବେ ତାଙ୍କର ସାରା ଦେଶରେ 35 ହଜାର ରୁ ଅଧିକ ଶିଷ୍ୟ ଥିବା ବେଳେ ରାଜ୍ୟରେ 15 ହଜାର ରୁ ଅଧିକ ଶିଷ୍ୟ ତାଙ୍କ ଠାରୁ ଏହି ବିଦ୍ୟା ଗ୍ରହଣ କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ: କମ ବୟସରେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ନେଇ ଚିନ୍ତିତ କି ? ଜାଣନ୍ତୁ ଏହାର କାରଣ ଓ ମୁକ୍ତି ପାଇବାର ଉପାୟ

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.