ଖୋଲିଲା ମା' ମଝିଘରିଆଣି ଦାନ ହୁଣ୍ଡି, ବାହାରିଲା ୮୯ ଲକ୍ଷ ସମେତ ସୁନା ଗହଣା

By ETV Bharat Odisha Team

Published : Mar 19, 2024, 2:23 PM IST

thumbnail

Maa Majhighariani Temple Hundi (Donation Box) :ରାୟଗଡ଼ା: 6 ମାସ ପରେ ଖୋଲିଲା ମାଆ ମଝିଘରିଆଣି ମନ୍ଦିରର ଦାନ ହୁଣ୍ଡି । ଗତକାଲି(ସୋମବାର) ସକାଳ ୧୦ଟାରେ ମାଜିଷ୍ଟ୍ରେଟ୍‌ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା । ଚୈତ୍ରଯାତ୍ରା ପୂର୍ବରୁ ଏକା ସାଙ୍ଗେରେ ମନ୍ଦିରରେ ଥିବା ୯ଟି ହୁଣ୍ଡି ଖୋଲାଯାଇଛି । ଦୀର୍ଘ 12 ଘଣ୍ଟା ଧରି ଗଣତି ଚାଲିଥିଲା । ଗଣତି ପରେ ହୁଣ୍ଡିରୁ ନଗଦ ୮୯ ଲକ୍ଷ ୭୨ ହଜାର ୨୨୫  ଟଙ୍କା ସହିତ ୬୨  ଗ୍ରାମ ସୁନା ଓ  ୨ କେଜି ୩୦୦ ଗ୍ରାମ  ରୂପା ବାହାରିଥିବା ଜଣାପଡିଛି । ଏଥିସହ ଡଲାର ଓ ପାଉଣ୍ଡ ସହ ୬୬ଟି ବିଦେଶୀ ନୋଟ୍ ମିଳିଛି। ବିଦେଶରେ ରହୁଥ‌ିବା କୌଣସି ଭକ୍ତ ମା'ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ନୋଟ୍ ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି । ଏହାବାଦ୍ ପୁରୁଣା ୫୦୦ ଟଙ୍କିଆ ନୋଟ ୬ଟି ଏବଂ ୨ ହଜାର ଟଙ୍କିଆ ୩ଟି ନେଟ୍ ବାହାରିଛି। ତେବେ ହୁଣ୍ଡିରୁ ବାହାରିଥିବା ଟଙ୍କା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଥିବା ବେଳେ ସୁନା ଓ ରୂପାକୁ ଜିଲ୍ଲା କୋଷଗାରରେ ରଖାଯାଇଛି । ଏହି ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ।
ଏହା ମଧ୍ୟ ପଢନ୍ତୁ-ଖୋଲିଲା ମା' ମଝିଘରିଆଣିଙ୍କ ହୁଣ୍ଡି, ମିଳିଲା 62 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.