୭ରେ ରଥଯାତ୍ରା; ପାରଳାଖେମୁଣ୍ଡିରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - Ratha Yatra 2024 Preperation

By ETV Bharat Odisha Team

Published : Jul 4, 2024, 11:03 AM IST

thumbnail
ଆସନ୍ତା ୭ରେ ରଥଯାତ୍ରା; ପାରଳାଖେମୁଣ୍ଡିରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି (ETV Bharat Odisha)

ଗଜପତି: ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ଆଡମ୍ବରରେ ପାଳନ ହେବ । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ତିନୋଟି ଯାକ ରଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଲାଣି । ରଥ ଗୁଡିକର ସମସ୍ତ କାମ ଠିକ ସମୟରେ ସାରିବା ପାଇଁ ମହାରଣା ସେବାୟତ ମାନେ କାମ ଚଳାଇଛନ୍ତି । ଦିନେ ଦୁଇଦିନ ମଧ୍ୟରେ ରଥ ବର୍ତ୍ତମାନ ଯେଉଁ ରଥ କାମ ସରିଛି ସେଥିରେ ରଙ୍ଗ ଦିଆ ଚାଲିଛି ଏବଂ ସାଜସଜା କାମ ଆରମ୍ଭ ହେବ। ଆଉ ଦିନେ ଦୁଇ ଦିନ ଭିତରେ ରଥକାମ ସରିଯିବ ବୋଲି କହିଛନ୍ତି ରଥ ନିର୍ମାଣ ମହାରଣା । ରଥଯାତ୍ରା ପୂର୍ବରୁ ସମସ୍ତ କାମ ଶେଷ ହୋଇଯିବ। ରଥଯାତ୍ରାକୁ ପୂର୍ବବର୍ଷ ଅପେକ୍ଷା ଅଧିକ ଆକର୍ଷଣୀୟ କରିବା ପାଇଁ ରଥାଯାତ୍ରା ପରିଚାଳନା କମିଟି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛି । ଜଗନ୍ନାଥ, ସୁଭଦ୍ରା ରଥ କାମ ସରିଯାଇଛି , ବଳଭଦ୍ର ରଥର କାମ ଚାଲିଛି ଆଜି ଏହାର କାମ ସରିଯିବ ଆଉ ସମସ୍ତ ରଥର ରଙ୍ଗ ଦିଆ କାମ ଚାଲିଥିବା କହିଛିନ୍ତି ରଥ କାମରେ ନିୟୋଜିତ ଥିବା ମହାରଣା। ସେପଟେ ରଥାଯାତ୍ରା ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶ ବହୁ ଶ୍ରଦ୍ଧାଳୁ ସମାଗମ ହୋଇଥାଏ । ଫଳରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିରେ ମୁକାବିଲା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୋଲିସ ମୁତୟନ କରିଯିବା ସହ ଏକ ଅସ୍ଥାୟୀ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଉଛି । ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟିମାନ ଗଠନ କରାଯାଇଛି । ସେହି କମିଟି ସେମାନଙ୍କ କାମ କରୁଛନ୍ତି ବୋଲି ରଥଯାତ୍ରା କମିଟିର ସଂପାଦକ ତଥା ପାରଳାଖେମୁଣ୍ଡି ଉପଜିଲ୍ଲାପାଳ କହିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.