ETV Bharat / state

ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ; ASIର ଅବହେଳା ଅଭିଯୋଗ, ପୂର୍ବ ସରକାରଙ୍କୁ ଦୋଷ ଦେଲା ବିଜେପି - SRIMANDIR MEGHANADA PACHERI

ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟକୁ ନେଇ ASI ଅବହେଳା କରୁଥିବା ଅଭିଯୋଗ ଆଣିଛନ୍ତି ସେବାୟତ । ସେପଟେ ବିଜେଡିକୁ ଦାୟୀ କଲେ ବିଜେପି ।

Multiple Cracks On Meghanada Pacheri
Multiple Cracks On Meghanada Pacheri (ETV Bharat Odisha)
author img

By ETV Bharat Odisha Team

Published : Nov 5, 2024, 5:09 PM IST

ପୁରୀ/ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷା, ରକ୍ଷଣାବେକ୍ଷଣରେ ASI (ଏଏସଆଇ) ଅବହେଳା ଅଭିଯୋଗ । ଦୀର୍ଘ ୧୦ ବର୍ଷ ହେବ ଶ୍ରୀମନ୍ଦିରର ହୋଇନି ରାସାୟନିକ ସଂରକ୍ଷଣ କାର୍ଯ୍ୟ । ଫଳରେ ଶ୍ରୀମନ୍ଦିର, ପାର୍ଶ୍ୱ ଦେବାଦେବୀ ମନ୍ଦିର, ମେଘନାଦ ପାଚେରୀରେ ଫାଟ ଦେଖାଦେଇଛି । ଶ୍ରୀମନ୍ଦିର ପ୍ରତି ଏଏସଆଇ ଅବହେଳା କରିଥିବା ନେଇ ଅଭିଯୋଗ ଆଣିବା ସହ କଡ଼ା ସମାଲୋଚନା କରିଛନ୍ତି ସେବାୟତ । ସେପଟେ ମେଘନାଦ ପାଚେରୀରେ ଫାଟକୁ ନେଇ ପୂର୍ବ ବିଜେଡି ସରକାରକୁ ଦୋଷ ଦେଇଛି ବିଜେପି ।

Multiple Cracks On Meghanada Pacheri (ETV Bharat Odisha)

୧୦ ବର୍ଷ ହେଲା ହୋଇନି ରାସାୟନିକ ପ୍ରଲେପ!

୧୨ ଶହ ଶତାବ୍ଦୀର ମନ୍ଦିର ହେଉଛି ଶ୍ରୀମନ୍ଦିର । କେତେବେଳେ ସିମେଣ୍ଟ, ରଡ୍ କି ଆଧୁନିକ ଜ୍ଞାନ କୌଶଳ ନଥିଲା ସେତେବେଳେ ପଥରକୁ ପଥରରେ ଯୋଡେଇ କରାଯାଇ ବିଶାଳ ମନ୍ଦିର ନିର୍ମାଣ କରାଯାଇଥିଲା । ଶ୍ରୀମନ୍ଦିର ସମୁଦ୍ର କୂଳ ଅଞ୍ଚଳରେ ଥିବାରୁ ଏହାର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରସ୍ତର ଉପରେ ଚୂନ, ଗୁଡ ପ୍ରଲେପ ଦିଆଯାଇଥିଲା । ଏହାଦ୍ଵାରା ସମୁଦ୍ର ଲୁଣି ପବନ ଯୋଗୁଁ ପଥର ଅବକ୍ଷୟ ହେବନି ବୋଲି ତତ୍କାଳୀନ ରାଜାଙ୍କ ବିଶ୍ୱାସ ଥିଲା । ୧୯୭୫ ମସିହାରେ ଏଏସଆଇକୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ଵ ମିଳିଥିଲା । ପରେ ୧୯୮୧ ମସିହାରୁ ଶ୍ରୀମନ୍ଦିର ଉପରେ ଲାଗିଥିବା ଚୂନ ପ୍ରଲେପକୁ ଛଡାଇବା କାର୍ଯ୍ୟ ଆରମ୍ଭ କରିଥିଲା ଏଏସଆଇ । ପରେ ମନ୍ଦିରର ସୁରକ୍ଷା ପାଇଁ ରାସାୟନିକ ପ୍ରଲେପ ଦିଆଯାଇଥିଲା । ଏସବୁ କାର୍ଯ୍ୟ ଗତ ୨୦୧୪-୧୫ ମସିହାରେ ଶେଷ ହୋଇଥଲା । ଏହା ଭିତରେ ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଉ ରାସାୟନିକ ପ୍ରଲେପ ଦିଆଯାଇନାହିଁ । ଫଳରେ ଶ୍ରୀମନ୍ଦିରର ବହୁ ପୁରାତନ ପ୍ରସ୍ତର ଅବକ୍ଷୟ ହେବାରେ ଲାଗିଛି । ଏହି କାର୍ଯ୍ୟ କରିବା ପାଇଁ ପୁରୀରେ ଥିବା କାର୍ଯ୍ୟାଳୟକୁ ଭୁବନେଶ୍ଵର ଉଠାଇ ନିଆଯାଇଛି । ଯେହେତୁ ଶ୍ରୀମନ୍ଦିର ଲୁଣି ଅଞ୍ଚଳରେ ରହୁଛି, ଏଣୁ ପ୍ରତ୍ୟେକ ୩ରୁ ୫ ବର୍ଷକୁ ଥରେ ରାସାୟନିକ ପ୍ରଲେପ କାର୍ଯ୍ୟ ହେବା ଉଚିତ୍ । ଶ୍ରୀମନ୍ଦିରରେ ଦୀର୍ଘ ବର୍ଷ ହେବ ରାସାୟନିକ ପ୍ରଲେପ କାର୍ଯ୍ୟ ହୋଇ ନଥିବାରୁ ଏହାକୁ ସେବାୟତମାନେ ସମାଲୋଚନା କରିଛନ୍ତି ।

'ଅବହେଳା କରିଆସୁଛି ଏଏସଆଇ'

ଶ୍ରୀମନ୍ଦିର ସେବାୟତ ଗୌରହରି ପ୍ରଧାନ କହିଛନ୍ତି, "ଏଏସଆଇ ଶ୍ରୀମନ୍ଦିର ଦାୟିତ୍ଵ ନେବାଠାରୁ କାର୍ଯ୍ୟରେ ଅବହେଳା କରିଆସୁଛି । ଏହାକୁ ବିଭିନ୍ନ ସମୟରେ ବାରମ୍ବାର ବିରୋଧ ପରେ ପରିସ୍ଥିତି ସୁଧୁରିନାହିଁ । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରୁ ଦଶବତାର ମୂର୍ତ୍ତି ଖୋଲା ଯାଇଥିବାବେଳେ ଏହାକୁ ଏଏସଆଇ ଲଗାଉନାହିଁ । ଶ୍ରୀମନ୍ଦିରରୁ ପଥର ଖସିବା ହେଉ କି ମେଘନାଦ ପାଚେରିରୁ ପାଣି ଲିକ୍ ହେଲେ ମଧ୍ୟ ଏଏସଆଇର ନିଦ ଭାଙ୍ଗୁନାହିଁ । ଶ୍ରୀମନ୍ଦିରକୁ ସୁରକ୍ଷା ପାଇଁ ଯେଉଁ ରାସାୟନିକ ପ୍ରଲେପ ଦିଆଯିବା କଥା ଏଏସଆଇ ତାହା କରୁନାହିଁ । ପ୍ରତି ମାସରେ ଏଏସଆଇ ଶ୍ରୀମନ୍ଦିରର କ'ଣ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଛି ତାହା ଶ୍ୱେତପତ୍ରରେ ପ୍ରକାଶ କରିବା ଉଚିତ୍ । ଏହାଦ୍ବାରା ଶ୍ରୀମନ୍ଦିରର କ'ଣ ରକ୍ଷଣାବେକ୍ଷଣ ହେଉଛି ଭକ୍ତ ଓ ସେବାୟତ ଜାଣିପାରିବେ । ଶ୍ରୀମନ୍ଦିରର ସୁରକ୍ଷା, ରକ୍ଷଣାବେକ୍ଷଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହସ୍ତକ୍ଷେପ କରିବା ଉଚିତ ।"

କ'ଣ କହିଲେ ଚୂନରା ସେବାୟତ?

ଶ୍ରୀମନ୍ଦିର ଚୂନରା ସେବାୟତ ଶରତ ମହାନ୍ତି କହିଛନ୍ତି, "ଯେତେ ଐତିହ କୀର୍ତ୍ତିରାଜି ରହିଛି ଦିନକୁ ଦିନ ସମୟ ଅନୁଯାୟୀ ଏଥିରେ ଦୁର୍ବଳତା ପରିଲକ୍ଷିତ ହେବ । ଏହା ସ୍ୱାଭାବିକ ପ୍ରକ୍ରିୟା । ସେଥିପାଇଁ ଏଏସଆଇକୁ ଦାୟିତ୍ଵ ଦିଆଯାଇଛି । ଏଏସଆଇ ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ କରିବ । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରାଗଲା । ଯଦି ପରିକ୍ରମା ପ୍ରକଳ୍ପରେ ଏତେ ଅର୍ଥ ବ୍ୟୟ କରାଗଲା ତେବେ ଯାହା ପାଇଁ ଏ ପରିକ୍ରମା ପ୍ରକଳ୍ପ ସେ ହେଉଛି ଶ୍ରୀମନ୍ଦିର । ଶ୍ରୀମନ୍ଦିରର ମେଘନାଦ ପାଚେରୀ, କୁରୁମ ପାଚେରୀ, ଶ୍ରୀମନ୍ଦିର ଆମର ଗର୍ବ ଗୌରବ । ଏହା ହଜାର ବଜାର ବର୍ଷ ତିଷ୍ଠି ରହିବା ପାଇଁ ସରକାରଙ୍କ ଦାୟିତ୍ଵ ରହିବା ଆବଶ୍ୟକ । ଶ୍ରୀମନ୍ଦିରରୁ ଚୂନର ଆସ୍ତରଣ ହଟାଇଲେ ଏଏସଆଇ । ତାହାକୁ ଆମେ ସ୍ବାଗତ କରୁଛୁ । କିନ୍ତୁ ତାହା ତୁଳନାରେ ସୁରକ୍ଷା ପାଇଁ ଯେଉଁ ରାସାୟନିକ ପ୍ରଲେପ ଆବଶ୍ୟକ, ଯେଉଁ ଭଳି ଭାବରେ ତାହାର ସଂରକ୍ଷଣ ଆବଶ୍ୟକ ତାହା ସେହିଭଳି ହେଉନାହିଁ ।"

'ଶ୍ରୀମନ୍ଦିରକୁ ଏବେ କୌଣସି ବିପଦ ନାହିଁ':

ଏଏସଆଇ ପୁରୀ କାର୍ଯ୍ୟାଳୟର ଅଧିକାରୀ ଜ୍ୟୋତିରଞ୍ଜନ ପ୍ରଧାନ କହିଛନ୍ତି, "ସମୁଦ୍ରରୁ ଆସୁଥିବା ଲୁଣି ପବନରେ ଶ୍ରୀମନ୍ଦିରର ପଥର ଯେଭଳି କିଛି କ୍ଷତି ନ ହୁଏ ସେଥିପାଇଁ କେମିକାଲ ଟ୍ରିଟମେଣ୍ଟ କରାଯାଏ । ଏଏସଆଇର ଥିବା ସାଇନ୍ସ ବ୍ରାଞ୍ଚ ଏହି କାର୍ଯ୍ୟ କରନ୍ତି । ଶ୍ରୀମନ୍ଦିର ଭିତରେ ଥିବା ଛୋଟ ମନ୍ଦିର ଗୁଡିକର ନିୟମିତ ରାସାୟନିକ ପ୍ରଲେପ ଦିଆଯାଉଛି । ମେଘନାଦ ପାଚେରୀର ମଧ୍ୟ ରାସାୟନିକ ପ୍ରଲେପ କାର୍ଯ୍ୟ ଏବେ ଶେଷ ହୋଇଛି । ଶ୍ରୀମନ୍ଦିରର କେବେ ଏହି ରାସାୟନିକ ପ୍ରଲେପ କାର୍ଯ୍ୟ ହେବ ତାହା ଆମ ସାଇନ୍ସ ବିଭାଗ କହିପାରିବେ । ଶ୍ରୀମନ୍ଦିରକୁ ଏବେ କୌଣସି ବିପଦ ନାହିଁ।"

ଏହା ମଧ୍ୟ ପଢ଼ନ୍ତୁ...ମରାମତି ହେବ ମେଘନାଦ ପାଚେରି, ASIକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଏହା ମଧ୍ୟ ପଢ଼ନ୍ତୁ...ବିପଦରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ! ଆଇନ ମନ୍ତ୍ରୀ କହିଲେ, 'ତୁରନ୍ତ ମରାମତି ହେବ'

ଏହା ମଧ୍ୟ ପଢ଼ନ୍ତୁ...ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ, ନୂଆବର୍ଷରୁ ଗଣତି ମଣତି

'ମେଘନାଦ ପାଟେରୀ ଫାଟ ପାଇଁ ପୂର୍ବ ସରକାର ଦାୟୀ':

ସେପଟେ ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟକୁ ନେଇ ପୂର୍ବ ବିଜେଡି ସରକାରକୁ ଦୋଷ ଦେଇଛି ବିଜେପି । ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି, "ବିଜୁ ଜନତା ଦଳର ମନମୁଖୀ କାର୍ଯ୍ୟ ପାଇଁ ଆଜି ଏପରି ଅବସ୍ଥା ହୋଇଛି । ମେଘନାଦ ପାଚେରୀରେ ଫାଟ ଏକ ଚର୍ଚ୍ଚାର ବିଷୟ ହୋଇଛି । ସରକାର ଏହାର ଉପରେ କାର୍ଯ୍ୟ କରୁଛନ୍ତି ସ୍ଥାୟୀ ସମାଧାନ କରାଯିବ । ହେଲେ ଏହାର ମୂଳ କାରଣ ହେଉଛି ପରିକ୍ରମା ପ୍ରକଳ୍ପ ନାରେ ଯେଉଁଭଳି ବଡ଼ ବଡ଼ ମେସିନ ଲଗାଇ ଗାତ କରାଯାଇଥିଲା, ଯାହା ମନ୍ଦିର ପାଇଁ ବିପଦ ବୋଲି ଜଣାପଡିଥିଲା । ବିଜେଡି ସରକାର ସେତେବେଳେ ନିଜର ରାଜନୈତିକ ସ୍ୱାର୍ଥ ସାଧନ କରିବା ପାଇଁ ଏଭଳି କାର୍ଯ୍ୟ କଲେ । ASI, NMA ପୂରା ବାରଣ କରିଥିଲେ ତଥାପି ବି ସେମାନେ କଲେ । ବିଜେଡି, ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ଯେଉଁ ଭୁଲ କରିଛନ୍ତି ଯାହାର କ୍ଷମା ନାହିଁ । ମେଘନାଦ ପଛରେ ଚାରିପଟେ ୨୦ ଫୁଟ ଗାତ କରାଯାଇଛି । ଯାହା ସେତେବେଳୁ ହିଁ ମନ୍ଦିରକୁ ବିପଦକୁ ନେଇଯାଇଥିଲା ।"

ରାଜନୈତିକ ଫାଇଦା ପାଇଁ ପୂରାତନ ଐତିହ୍ୟକୁ ବିପଦକୁ ଠେଲିଦେଲେ:

ଅନିଲ ବିଶ୍ୱାଳ ଏହା ମଧ୍ୟ କହିଛନ୍ତି, "5T ନାଁରେ ବିଜେଡି ମନ ଇଚ୍ଛା କାମ କଲା । ପୁରୀ ସେବାୟତମାନେ ବି କହୁଛନ୍ତି ଯେ, ୨୦୨୧ ମସିହାରୁ ହିଁ ଏ ଫାଟ ସୃଷ୍ଟି ହୋଇଛି । ପାଇଖାନା, ଫୁଟପାଥ ଓ ଲାଇଟ ଲଗାଯାଇଛି ପରିକ୍ରମା ପ୍ରକଳ୍ପରେ । ପୂର୍ବ ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବଂ ତାଙ୍କ ସହଯୋଗୀ ଭିକେ ପାଣ୍ଡିଆନ ବାବୁ ଏମିତି କିଛି ଭୁଲ କରିକି ଯାଇଛନ୍ତି ଯାହାର ମୂଲ୍ୟ ଏବେ ଓଡିଶାବାସୀଙ୍କୁ ଦେବାକୁ ପଡୁଛି । ନିଜର ରାଜନୈତିକ ଫାଇଦା ପାଇଁ ସେମାନେ କିଭଳି ଏକ ପୂରାତନ ଐତିହ୍ୟକୁ ବିପଦକୁ ଠେଲି ଦେଇଥିଲେ ତାହା ଅତ୍ୟନ୍ତ ଦୁଃଖଦାୟକ ।"

ଇଟିଭି ଭାରତ, ପୁରୀ/ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.