ETV Bharat / technology

ଚାର୍ଜିଂ ବେଳେ ଫୁଟିଲା iPhoneର ଏହି ମଡେଲ; ୟୁଜର ଗୁରୁତର ଆହତ - IPHONE 14 PRO MAX EXPLODES

ଜଣେ ମହିଳା ଶୋଇବା ସମୟରେ ଆଇଫୋନକୁ ଚାର୍ଜ ବସାଇଥିଲେ । ସକାଳୁ ବିସ୍ଫୋରଣ ଘଟିବା ପରେ ୟୁଜର ଗୁରୁତର ଆହତ । ଜାଣନ୍ତୁ ପୂରା ଘଟଣା

iPhone 14 Pro Max explodes
iPhone 14 Pro Max explodes (Representative Image)
author img

By ETV Bharat Tech Team

Published : Nov 5, 2024, 5:12 PM IST

ବେଜିଂ: ଜଣେ ମହିଳା ଶୋଇବା ବେଳେ ଚାର୍ଜରେ ବସାଇଥିଲେ ଆଇଫୋନ । ଆଉ ହଠାତ ବିସ୍ଫୋରଣ ଘଟିବା ପରେ ୟୁଜର ଜଣକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ସକାଳ ପ୍ରାୟ ସାଢେ 6ଟା ବେଳେ ପଡ଼ୋଶୀ ଦେଶ ଚୀନର ଶାନକ୍ସି (Shanxi)ଠାରେ ଘଟିଛି । ଚୀନରେ ଅନେକ ଗଣମାଧ୍ୟମ ଦ୍ବାରା ଏହି ଖବର ପ୍ରକାଶ ପାଇବା ପରେ ଆପଲ୍‌ ଉଦବେଗ ପ୍ରକାଶ କରିଛି । ବିସ୍ଫୋରଣର ସଠିକ କାରଣ ଜାଣିବା ଲାଗି ଉକ୍ତ ଆଇଫୋନକୁ ମଗାଇଛି ନିକଟସ୍ଥ ଆପଲ୍‌ କଷ୍ଟମର କେୟାର ।

କେମିତି ଘଟିଲା ଅଘଟଣ ?

  • ରିପୋର୍ଟ ଅନୁଯାୟୀ ମହିଳା ଜଣକ ଶୋଇବା ଅବସ୍ଥାରେ ହଠାତ ଆଇଫୋନ୍ 14 ପ୍ରୋ ମ୍ୟାକ୍ସରେ ହାତ ରଖିବା ପରେ ଆହତ ହୋଇଛନ୍ତି ।
  • ଏହାପରେ ମହିଳା ନିଦରୁ ଉଠି ଧୂଆଁ ଏବଂ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଆଇଫୋନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡ଼ିଛି ।
  • ଏହି ଘଟଣା ପରେ ବହୁ କ୍ଷୟକ୍ଷତି ଘଟିଛି । ଆପାର୍ଟମେଣ୍ଟର କାନ୍ଥଗୁଡ଼ିକ ଧୂଆଁ ଦ୍ବାରା ସମ୍ପୂର୍ଣ୍ଣ କଳା ପଡ଼ିଯାଇଥିବା ବେଳେ ଖଟ ମଧ୍ୟ ପୋଡି ଯାଇଛି।
  • ଏହି ଆଇଫୋନ 14 ପ୍ରୋ ମ୍ୟାକ୍ସ 2022 ମସିହାରେ କିଣାଯାଇଥିବା ବେଳେ ଏହାର ୱାରେଣ୍ଟି ମଧ୍ୟ ସରିଯାଇଛି ।
  • ପ୍ରାଥମିକ ରିପୋର୍ଟ ଅନୁସାରେ ବ୍ୟାଟେରୀରେ ତ୍ରୁଟି ଯୋଗୁଁ ଏପରି ଅଘଟଣ ଘଟିପାରେ ।
  • ମହିଳା ଜଣକ ଏହି ଅଘଟଣର କାରଣ ଜାଣିବାକୁ ଚାହିଁଥିବା ବେଳେ ସେ ରହୁଥିବା ଭଡ଼ା ଘର କ୍ଷୟକ୍ଷତି ଯୋଗୁଁ ଭରଣପୋଷଣ ଦାବି କରିଛନ୍ତି ।
ଏହା ବି ପଢନ୍ତୁ
  1. ଭିିଡିଓ ଦେଖୁଥିବା ବେଳେ ଫାଟିଲା ମୋବାଇଲ, ନାବାଳିକା ମୃତ
  2. ବ୍ୟବସାୟୀଙ୍କ ପକେଟ୍‌ରେ ଫୁଟିଲା ମୋବାଇଲ, ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି
  3. Mobile Blast: ଖେଳୁଥିଲେ ଫାଟି ଗଲା ବ୍ୟାଟେରୀ, ଦୁଇ ଭାଇ ଗୁରୁତର

କଣ କହିଲା ଆପଲ୍‌ ?

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଆପଲ୍‌ କଷ୍ଟମର କେୟାର ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ବିସ୍ଫୋରଣର କାରଣ ସମ୍ପର୍କରେ ଜାଣିବା ଲାଗି ଉକ୍ତ ଫୋନକୁ ମଗାଯାଇଛି । ମୋବାଇଲରେ ରହିଥିବା ବ୍ୟାଟେରୀଟି ଅରିଜିନାଲ କିମ୍ବା ଏହାକୁ ମରାମତି ସମୟରେ ବଦଳାଯାଇଛି ସେ ସମ୍ପର୍କରେ ଜଣାପଡ଼ିନାହିଁ । ଏହାର ଉତ୍ପାଦ ସହ ଜଡିତ କୌଣସି ସମ୍ଭାବ୍ୟ ସୁରକ୍ଷା ସମସ୍ୟାର ଅନୁସନ୍ଧାନ ପାଇଁ କମ୍ପାନୀ ଏହାର ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିଛି ।

ଅଧିକ ସମୟ ଚାର୍ଜ କରନ୍ତୁ ନାହିଁ ମୋବାଇଲ:-

ଘଟଣାର କାରଣ ନେଇ ଅନୁସନ୍ଧାନ ଜାରି ରହିଛି କିନ୍ତୁ ଇଲେକ୍ଟ୍ରୋନିକ୍ସ, ବିଶେଷ ଭାବରେ ସ୍ମାର୍ଟଫୋନ ଗୁଡ଼ିକୁ ଅଧିକ ସମୟ ଚାର୍ଜ ପାଇଁ ନ ଛାଡିବାକୁ ପରାମର୍ଶ ଦିଆଯାଇଛି । ଏହା ପ୍ରଥମ ଥର ନୁହେଁ ଯେ ଚାର୍ଜ କରିବା ସମୟରେ ସ୍ମାର୍ଟଫୋନ ବିସ୍ଫୋରଣ ହୋଇଛି ଏବଂ ଏହା ଶେଷ ହୋଇନପାରେ, କିନ୍ତୁ ଆମେ କେବଳ ପ୍ରାଧିକୃତ ଚାର୍ଜର୍‌ ଏବଂ କମ୍ପାନୀ ଦ୍ବାରା ଦିଆଯାଇଥିବା ବ୍ୟାଟେରୀ ୟୁନିଟ୍ ବ୍ୟବହାର କରିବା (ଯଦିଓ ଏହାକୁ ବଦଳାଇବା ଆବଶ୍ୟକ ହୁଏ) ଉଚିତ । କାରଣ ଏହା କୌଣସି ସମ୍ଭାବ୍ୟ ବିପଦକୁ ଭବିଷ୍ୟତରେ ଏଡାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.