ETV Bharat / state

୭ ଜିଲ୍ଲାରେ ବର୍ଷା ସମ୍ଭାବନା, ଏହି ଦିନଠାରୁ ଅନୁଭୂତ ହେବ ପ୍ରବଳ ଶୀତ - ODISHA WEATHER UPDATE

ରାଜ୍ୟରେ ୭ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଉ କିଛ ଦିନ ପରେ ରାଜ୍ୟରେ ଶୀତ ଅନୁଭୂତ ହେବ ।

Odisha Weather Forecast Latest Update
Odisha Weather Forecast Latest Update (ETV Bharat Odisha)
author img

By ETV Bharat Odisha Team

Published : Nov 5, 2024, 6:53 PM IST

Updated : Nov 5, 2024, 7:16 PM IST

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି । ଆଗାମୀ ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଆର୍ଦ୍ରତା ଓ ଗୁଳୁଗୁଳି ପାଇଁ କାଁଭାଁ ସ୍ଥାନରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ନଥିବାବେଳେ ଉପକୂଳ ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । କିଛିକିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Odisha Weather Forecast Latest Update (ETV Bharat Odisha)

ଏସବୁ ଯାଗାରେ ବର୍ଷା:

ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ କିଛି କିଛି ଜିଲ୍ଲା ବିଶେଷକରି ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, କଟକ, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ହାଲୁକା ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି କେନ୍ଦ୍ରାପଡା, ଜଗତସିଂପୁର, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ହାଲୁକା ବର୍ଷା ହେବାକୁ ଥିବାବେଳେ ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ରହିବ । ସେହିପରି ୭ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ମାତ୍ର ଗଞ୍ଜାମ ଓ ପୁରୀର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୮, ୯, ୧୦ ଓ ୧୧ ତାରିଖରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ ।

Odisha Weather Forecast Latest Update
Odisha Weather Forecast Latest Update (IMD)

ଏହା ମଧ୍ୟ ପଢ଼ନ୍ତୁ...୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସତର୍କତା, ଦୀପାବଳିରେ କେମିତି ରହିବ ପାଗ? ଜାଣନ୍ତୁ

ଏହା ମଧ୍ୟ ପଢ଼ନ୍ତୁ...ଶୀତ ଦିନ ଆରମ୍ଭରୁ ଭିଜାଇଲାଣି ବର୍ଷା, କେବେଠୁ ହେବ ଥଣ୍ଡା ଅନୁଭୂତ? ଜାଣନ୍ତୁ

କେବେ ଆସିବ ଶୀତ ?:

ସେପଟେ ବାତ୍ୟା ସହ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ମାତ୍ରାଧିକ ଥିବାରୁ ଶୀତ ଅନୁଭବ ହେଉନଥିବା କହିଛି ପାଣିପାଗ ବିଭାଗ । ଏହାସହ ଦିନର ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ ସାମାନ୍ୟ ଉପରେ ରହୁଛି । ଯଦିଓ ଧୀରେ ଧୀରେ ଶୀତ ପଡ଼ିଲାଣି କିନ୍ତୁ ଏହିସବୁ କାରଣରୁ ତାହା ଅନୁଭବ ହେଉନାହିଁ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆଉ କିଛିଦିନ ପରେ ଅର୍ଥାତ ଆଗାମୀ ସପ୍ତାହ ପରେ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ବିଭାଗ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଗଜପତିର ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କନ୍ଧମାଳ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 5, 2024, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.