'ହାପି ବାର୍ଥ ଡେ କୋହଲି', ବାଲୁକା କଳାରେ ବିରାଟଙ୍କୁ ଜନ୍ମଦିନ ଶୁଭେଚ୍ଛା
🎬 Watch Now: Feature Video
Published : Nov 5, 2024, 2:01 PM IST
|Updated : Nov 5, 2024, 2:22 PM IST
Sand Artist Sudarsan Pattnaik Creates Sand Sculpture Of Virat kohli, ପୁରୀ: ଆଜି ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଜନ୍ମଦିନ । 36 ବର୍ଷରେ ପଦାର୍ପଣ କରିଛନ୍ତି କିଙ୍ଗ୍ କୋହଲି । ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । କୋହଲିଙ୍କୁ ବାଲୁକା କଳା ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସେ କୋହଲିଙ୍କ ବାଲୁକାକଳା ତିଆରି କରି ଶୁଭେଚ୍ଛା ଜଣାଇଛନ୍ତି । ବିରାଟ କୋହଲିଙ୍କୁ ବାଲୁକାକଳାରେ ପ୍ରଦର୍ଶନ କରି ଏକ ବ୍ୟାଟରେ ହାପି ବାର୍ଥଡେ ବିରାଟ କୋହଲି ଲେଖିଛନ୍ତି ସୁଦର୍ଶନ । ଏହାକୁ ଦେଖିବାକୁ ବେଳାଭୂମିରେ ଫ୍ୟାନ୍ସଙ୍କ ଭିଡ ଜମିଛି । ବିଶ୍ବ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାରେ ବିରାଟ କୋହଲି ଦ୍ବିତୀୟ । 1988 ମସିହାରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ବିରାଟ ଆଜି 36 ବର୍ଷରେ ପାଦ ଥାପିଛନ୍ତି । ଅଣ୍ଡର-19 କ୍ରିକେଟ ଟିମ୍ରୁ କ୍ୟାପ୍ଟେନ କ୍ୟାରିୟର ଆରମ୍ଭ କରିଥିବା କୋହଲି ଏବେ କ୍ରିକେଟ କିଙ୍ଗ ।
ଏହା ମଧ୍ୟ ପଢନ୍ତୁ-Virat Kohli Birthday: 36 ବର୍ଷରେ କିଙ୍ଗ କୋହଲି, ଜନ୍ମଦିନରେ ଜାଣନ୍ତୁ ବିରାଟଙ୍କ 5 ବଡ ରେକର୍ଡ
ଇଟିଭି ଭାରତ, ପୁରୀ