'କେନ୍ଦ୍ରାପଡ଼ାରେ ଫୁଟବଲ ଏକାଡେମୀ', ଏହି ସଂକେତ ଦେଲେ କ୍ରୀଡ଼ା ମନ୍ତ୍ରୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 4, 2024, 2:22 PM IST

Kendrapara District May Get A football Academy, କେନ୍ଦ୍ରାପଡା: ରାଜକନିକାରେ ପ୍ରତିଷ୍ଠା ହୋଇପାରେ ଫୁଟବଲ ଏକାଡେମୀ । ଯଦି ଜିଲ୍ଲାବାସୀ ଏକ ଏକାଡେମୀ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରନ୍ତି, ତେବେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ରାଜକନିକା ବ୍ଲକ ତରାସର ନେତାଜୀ କ୍ଳବ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଆନ୍ତଃଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇ କ୍ରୀଡାମନ୍ତ୍ରୀ ସୂରଜ ଏହି ଘୋଷଣା କରିଛନ୍ତି ।

ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୩୩ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ମ୍ୟାଚ ପରେ ଫାଇନାଲ ମ୍ୟାଚକୁ ପଟ୍ଟାମୁଣ୍ଡାଇ ଫୁଟବଲ ଆସୋସିଏସନ ଓ ଚାନ୍ଦବାଲି ଏନଏସି ଉତ୍ତୀର୍ଣ୍ଣ ହୋଇଥିଲେ । ଫାଇନାଲ ମ୍ୟାଚର ନିର୍ଦ୍ଧାରିତ ସମୟସୀମା ଭିତରେ ଉଭୟ ଟିମ କାହାକୁ ଗୋଲ ଦେଇ ନ ପାରିବାରୁ ଟାଇ ବ୍ରେକରର ସହାୟତା ନିଆ ଯାଇଥିଲା । ଏହି ଚିତାକର୍ଷକ ମ୍ୟାଚରେ ଚାନ୍ଦବାଲି ପଟ୍ଟାମୁଣ୍ଡାଇକୁ ୪-୧ ଗୋଲରେ ପରାସ୍ତ କରି ଚମ୍ପିୟନ ହୋଇଥିଲା । 

ଏହା ମଧ୍ୟ ପଢନ୍ତୁ :- ବାର୍ ପରେ ଯାତ୍ରା: ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାକୁ ନା, ଖୁବ ଶୀଘ୍ର ଆସୁଛି ଗାଇଡଲାଇନ୍

ଏହା ମଧ୍ୟ ପଢନ୍ତୁ :- Biju Patnaik Sports Award; ଅଲିମ୍ପିଆନ୍ କିଶୋରଙ୍କ ସମେତ 9 ଜଣଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର, ଦେଖନ୍ତୁ ଲିଷ୍ଟ - National Sports Day celebration

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ବିଜୟୀ ଦଳକୁ ନେତାଜୀ କପ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟଵକ୍ତା ଭାବରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବହୁ ସମ୍ମାନିତ ଅତିଥି ଯୋଗ ଦେଇ ନେତାଜୀ କ୍ଳବର ଏହି ଆୟୋଜନ ତମାମ ରାଜ୍ୟରେ କ୍ରୀଡା ପାଇଁ ଅନନ୍ୟ ବୋଲି ମତ ଦେଇଥିଲେ । ଆୟୋଜକଙ୍କ ପକ୍ଷରୁ ଚମ୍ପିଆନ ଟିମକୁ ନଗଦ ୧୫ ହଜାର ଓ ରନର୍ସ-ଅପ ଟିମକୁ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରା ଯାଇଥିଲା । 

ଇଟିଭି ଭାରତ, କେନ୍ଦ୍ରପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.