ETV Bharat / technology

2024 Maruti Dzire ବୁକିଂ ଆରମ୍ଭ; ଏହି ତାରିଖରେ ହେବ ଲଞ୍ଚ

ମାରୁତି ସୁଜୁକିର ନୂଆ କାର 2024 ମାରୁତି ଡିଜାୟାରର ବୁକିଂ ଆରମ୍ଭ ହୋଇଯାଇଛି । ଭାରତରେ ଏହି ତାରିଖରେ ହେବ ଲଞ୍ଚ । କଣ ଖାସ ଜାଣନ୍ତୁ...

2024 Maruti Dzire
2024 Maruti Dzire (Photo- Maruti Suzuki)
author img

By ETV Bharat Tech Team

Published : Nov 5, 2024, 6:16 PM IST

ହାଇଦ୍ରାବାଦ: ସ୍ବଦେଶୀ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଏହାର ଅଦ୍ୟତନ ହୋଇଥିବା ମାରୁତି ସୁଜୁକି ଡିଜାୟାର (Maruti Suzuki Dzire) ଲଞ୍ଚ କରିବାକୁ ଯାଉଛି । କାରଟି ଲଞ୍ଚ ହେବା ପୂର୍ବରୁ କମ୍ପାନୀ ଏହାର ପ୍ରି-ବୁକିଂ ଆରମ୍ଭ କରିଛି । ସମ୍ଭାବ୍ୟ କ୍ରେତାମାନେ 11,000 ଟଙ୍କା ପ୍ରାରମ୍ଭିକ ବୁକିଂ ଟଙ୍କା ଦେଇ ଏହି ନୂତନ କାର ବୁକ୍ କରିପାରିବେ ।

  • 11 ନଭେମ୍ବରରେ ଦାମ ଘୋଷଣା
  • ପ୍ରି-ବୁକିଂ ପାଇଁ ଦେବାକୁ ହେବ ₹11,000

ଚତୁର୍ଥ ଜେନେରେସନର ମାରୁତି ଡିଜାୟାର 11 ନଭେମ୍ବର 2024ରେ ଭାରତୀୟ ବଜାରରେ ଲଞ୍ଚ ହେବ । ଯଦିଓ ଏହାର ସାମଗ୍ରିକ ଆକୃତି ଅପରିବର୍ତ୍ତିତ ରଖାଯାଇଛି କିନ୍ତୁ କାରର ସାମ୍ନା ଏବଂ ପଛ ଭାଗକୁ ସମ୍ପୂର୍ଣ୍ଣ ମେକ୍ ଓଭର କରାଯାଇ ବଜାରକୁ ପଠାଯାଇଛି । ଏହି କମ୍ପାକ୍ଟ ସେଡାନରେ ଏକ ନୂତନ ଭିତର ଡିଜାଇନ ମିଳିବ । ଏହାସହିତ ସେଗମେଣ୍ଟ-ଫର୍ଷ୍ଟ ସନରୁଫ୍‌ ସହିତ ଅନେକ ନୂତନ ଫିଚର ମିଳିବ।

ଏହା ବି ପଢନ୍ତୁ
  1. Maruti Suzukiର ସେପ୍ଟେମ୍ବରରେ ହେଲା ବମ୍ଫର ବିକ୍ରି; 1ମାସରେ ବିକିଲା ଲକ୍ଷାଧିକ କାର
  2. Maruti Suzuki Dzire ଲଞ୍ଚ ତାରିଖର ଖୁଲାସା; ଜାଣନ୍ତୁ କେମିତି ରହିବ ଡିଜାଇନ

2024 Maruti Dzireର ପାୱାରଟ୍ରେନ:-

ରିପୋର୍ଟ ଅନୁସାରେ, ନୂତନ ମାରୁତି ଡିଜାଇରର ପାୱାର୍ ଟ୍ରେନ୍ ବିଷୟରେ କହିବାକୁ ଗଲେ ଏଥିରେ ଥିବା ମାରୁତି ସ୍ବିଫ୍ଟର 1.2-ଲିଟର, 3-ସିଲିଣ୍ଡର ଜେ-ସିରିଜ୍ ପେଟ୍ରୋଲ୍ ଇଞ୍ଜିନ୍ ବ୍ୟବହାର କରାଯାଇପାରେ । ଏହାର ଇଞ୍ଜିନ ସହିତ ମାନୁଆଲ୍ ଏବଂ ଅଟୋମେଟିକ୍ ଗିଅରବକ୍ସର ବିକଳ୍ପ ଦିଆଯିବ । ଏହି ଇଞ୍ଜିନ 80 bhpର ଶକ୍ତି ଏବଂ 112 ନ୍ୟୁଟନ୍ ମିଟରର ଟର୍କ ପ୍ରଦାନ କରେ । ତେବେ ଏହି କାରର ସିଏନଜି ଭାରିଏଣ୍ଟ ପରେ ଆସିବ କି ନାହିଁ ତାହା ଜଣା ପଡିନାହିଁ ।

ପ୍ରଥମେ କେବେ ଲଞ୍ଚ ହୋଇଥିଲା Dzire ବ୍ରାଣ୍ଡ ?

ମାରୁତି ସୁଜୁକି ପ୍ରଥମେ ଏହାର ଡିଜାୟାର ବ୍ରାଣ୍ଡକୁ 2008ରେ ଲଞ୍ଚ କରିଥିଲ । ଏହାପରେ ଏହି କାରରେ ଅନେକ ପରିବର୍ତ୍ତନ କରାଯାଇଛି । ଏହାର ଲଞ୍ଚ ପରଠାରୁ ଏହା କମ୍ପାନୀର ସର୍ବୋତ୍ତମ ବିକ୍ରି ହୋଇଥିବା କମ୍ପାକ୍ଟ ସେଡାନ୍ ଅଟେ ଏବଂ ବର୍ତ୍ତମାନ ଏହା ଏକ ନୂତନ ଲୁକ୍ ଏବଂ ନୂତନ ଫିଚର ସହିତ ଲଞ୍ଚ ହେବ । ଏହି କାରର ବିକ୍ରି ଆହୁରି ଅଧିକ ହୋଇପାରେ ବୋଲି କମ୍ପାନୀ ଆଶା ରଖିଛି ।

2024 ମାରୁତି ଡିଜାୟାର ଆରେନା (Arena) ଚେନ୍ ଆଉଟଲେଟ୍ ମାଧ୍ୟମରେ ବିକ୍ରୟ ଜାରି ରଖିବ ଏବଂ କ୍ରେତାମାନେ ଏହାକୁ ଶୋ’ରୁମ୍ କିମ୍ବା କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଏହି କାର୍ ବୁକ୍ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.