thumbnail

By ETV Bharat Odisha Team

Published : Jun 19, 2024, 5:16 PM IST

ETV Bharat / Videos

ପାଖେଇ ଆସୁଛି ରଥଯାତ୍ରା; ବିଶ୍ବନିୟନ୍ତାଙ୍କ ରଥ ନିର୍ମାଣରେ ବ୍ୟସ୍ତ ସେବକ - Ratha Yatra 2024

Ratha Yatra 2024: ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ । ଅନୁକୂଳ ପୂଜା ପୂର୍ବକ 3 ରଥର 'ଚାରି ନାହାକା' ଉଠି ରଥ ପାର୍ଶ୍ଵ ଦଣ୍ଡାମାନଙ୍କରେ ଗୁଜ, ଜଳଯନ୍ତ୍ର ଖଞ୍ଜାଜାଇ ଗୁଜ ଉପରେ ବିରାଡ଼ି ପଡ଼ିଛି । ଏଥିସହ 3 ରଥର ଦୁଇଟି ଲେଖାଏଁ ପାର୍ଶ୍ଵ ଗୟଳ ସେଟିଂ କରାଯାଇଛି । 3 ରଥରେ ପଡ଼ିଛି ଛନ୍ଦା ଗୟଳ । ରଥ ସମ୍ମୁଖ ଭାଗ ଏବଂ ପଛ ଭାଗରେ ଦୁଇଟି ଲେଖାଏଁ ବଡ ଛନ୍ଦା ଗୟଳ ପଡ଼ି ଦଉଡ଼ିରେ ବାନ୍ଧେଣୀ ପଡ଼ିଛି । କଣ୍ଟା ବସିବା ପୂର୍ବରୁ ପୋଲ ଗୟଳକୁ କ୍ରସ କରି ପଡ଼ିଥିବା ଛନ୍ଦା ଗୟଳର ସଂଯୋଗ ସ୍ଥାନରେ କାପ ଖୋଦେଇ ଜାରି ରହିଛି । ତିନି ରଥର ୧୬ଟି ଛନ୍ଦା ଗୟଳରୁ ୮ଟି ଛନ୍ଦା ଗୟଳର ଚଉପଟ ଶେଷ ହୋଇଛି । 

ଏହା ମଧ୍ୟ ପଢ଼ନ୍ତୁ...ଜୁଲାଇ 8 ତାରିଖରେ ଖୋଲିବ ରତ୍ନଭଣ୍ଡାର, ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି - RATNA BHANDAR TO OPEN

3 ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ତିନି ରଥ ମହାରଣା ସେବକ ଏବଂ ଭୋଇ ସେବକମାନଙ୍କ ସାହଯୋଗରେ 3 ରଥର ପ୍ରଥମ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଅଛି । ଏଥିସହ ଭୂଇଁ ଫ୍ରେମର ବିଭିନ୍ନ ଅଂଶ ଗୁଡ଼ିକର ନମ୍ବରିଂ କାର୍ଯ୍ୟ ଶେଷ ହୋଇଛି । ରଥ ଅମିନ ଭୋଇ ସେବକଙ୍କ ସହାୟତାରେ 3 ରଥ ଚାଳିକୁ ଦୁଇଟି ଲେଖାଏଁ ଜଗତ ପୃଷ୍ଠ ସେଣୀ କାଠ ଯୋଗାଇ ଦେଇଛନ୍ତି । ତିନି ରଥ ମହାରଣା ସେବକମାନେ ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିସହ 3 ରଥ ଦୁଇଟି ଲେଖାଏଁ ଛନ୍ଦା ଗୟଳ ଚଉପଟ କାର୍ଯ୍ୟ ଜାରି ରହିଛି । ରୂପକାର ସେବକମାନେ ରଥ ଦ୍ଵାର ପାଇଁ ନାଟ ଗୋଡ଼ରେରେ ରାହୁ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ପ୍ରଥମ ଭୂଇଁ, ଦ୍ୱିତୀୟ ଭୂଇଁ ପାଇଁ ଭୂଇଁ ବିଡିଆ କଣ୍ଟା ନିର୍ମାଣ ଶେଷ କରି ପୋଟଳ କାଇଁ ଗୋଡ଼ି ଛାଲ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.