ପହଣ୍ଡି ବେଳେ ଭିଜିଲେ ବାହୁଡ଼ା ବ୍ରହ୍ମ; ଭକ୍ତି ରସରେ ଭିଜିଲା ଶ୍ରୀକ୍ଷେତ୍ର - Pahandi of Lord Jagannath

By ETV Bharat Odisha Team

Published : Jul 15, 2024, 8:44 PM IST

thumbnail
ପହଣ୍ଡି ବେଳେ ଭିଜିଲେ ବାହୁଡ଼ା ବ୍ରହ୍ମ (ଇଟିଭି ଭାରତ ଓଡ଼ିଶା)

Pahandi of Lord Jagannath: ପୁରୀ: ନବଦିନାତ୍ମକ ଯାତ୍ରା ସାରି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିଲେ ଶ୍ରୀଜିଉ । ମହାପ୍ରଭୁଙ୍କୁ ଲୀଳାମୟ ଠାକୁର ବୋଲି କୁହାଯାଏ । ଦୁନିଆରେ ସବୁକିଛି ତାଙ୍କରି ଇଚ୍ଛା ଆଉ ନିର୍ଦ୍ଦେଶରେ ହୁଏ । ଯାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଆଜି । ଶ୍ରୀଗୁଣ୍ଡିଚା ମନ୍ଦିରରୁ ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ବାହାରକୁ ବାହାରିବା ସମୟରେ ହୋଇଥିଲା ବର୍ଷା । ବର୍ଷା ନୁହେଁ ତ, ସତେ ଯେମିତି ସ୍ବର୍ଗରୁ ହେଉଥିଲା ପୁଷ୍ପବୃଷ୍ଟି । କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ ହେଉ ହେଉ ଆରମ୍ଭ ହୋଇଥିଲା ବର୍ଷା । ପହଣ୍ଡିରେ ମହାପ୍ରଭୁ ରଥ ଅଭିମୁଖେ ଯେତିକି ଆଗକୁ ଆସୁଥାଆନ୍ତି, ବର୍ଷା ସେତିକି ପରିମାଣରେ ବଢ଼ୁଥାଏ । ସେବାୟତ ଏବଂ ଭକ୍ତଙ୍କ ସହ ଭିଜିଲେ ବ୍ରହ୍ମାଣ୍ଡ ଠାକୁର । ତେବେ ଦାରୁ ଦିଅଁ ରଥାରୁଢ଼ ହେବାପରେ ବର୍ଷା ମଧ୍ୟ ଅଚାନକ ଛାଡ଼ି ଯାଇଥିଲା । ତେଣୁ ଏହାକୁ ମହାପ୍ରଭୁଙ୍କ ଲୀଳା କହିବା ଅତ୍ୟୁକ୍ତି ହେବନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ଲାଗିଲା ତାଳଧ୍ବଜ ଓ ଦର୍ପଦଳନ - Taladhwaja Darpadalana in Srimandir

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.