'ଜୟ ଜଗନ୍ନାଥ' ଧ୍ବନିରେ ପ୍ରକମ୍ପିତ ବାହାରିନ, ପ୍ରବାସୀ ଓଡ଼ିଆ ପାଳିଲେ ବାହୁଡ଼ାଯାତ୍ରା - Bahuda Yatra in Bahrain

By ETV Bharat Odisha Team

Published : Jul 17, 2024, 4:59 PM IST

thumbnail
Bahuda Yatra in Bahrain (ETV Bharat Odisha)

Bahuda Yatra in Bahrain: ମାନାମା: ବାହାରିନରେ ବାହୁଡ଼ା ଯାତ୍ରା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି । ଇସ୍କନ ବାହାରିନ ଓ ବାହାରିନ ଓଡ଼ିଆ ସମାଜ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଇସ୍କନ୍ ସାଗାୟା ଜଗନ୍ନାଥ ମନ୍ଦିରରେ ପ୍ରାୟ 5 ହଜାରରୁ ଅଧିକ ଭକ୍ତଙ୍କ ଗହଣରେ ଏହି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛନ୍ତି । ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ମହାପ୍ରସାଦ ସେବନ, ସଂକୀର୍ତ୍ତନ ନାମ ଯଜ୍ଞ ଆଦି ସମ୍ପାଦିତ ହୋଇଛି । ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ବାହାରିନ ଓଡ଼ିଆ ସମାଜର ମହିଳା ସଦସ୍ୟମାନେ ମହାପ୍ରଭୁ ଜଗନ୍ନାଥ ଭକ୍ତି ଗୀତ, ରାଧା କୃଷ୍ଣ ନୃତ୍ୟ ଏବଂ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରିଛନ୍ତି ।

ଏହା ବି ପଢନ୍ତୁ...ବଡ଼ଦାଣ୍ଡରେ ଗଡ଼ିଲା ବ୍ରହ୍ମତାଳଧ୍ଵଜ, ମଣିବିଗ୍ରହଙ୍କ ଜୟଜୟକାରରେ ପ୍ରକମ୍ପିତ ହେଲା ପରିବେଶ

ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ଏହି ବାହୁଡ଼ାଯାତ୍ରାରେ ସାମିଲ ହୋଇଛନ୍ତି । ଶ୍ରୀଜଗନ୍ନାଥଙ୍କ ଚେତନା ଓ ଦର୍ଶନର ବିଶ୍ଵବ୍ୟାପୀ ପ୍ରଚାର ଓ ପ୍ରସାରର ଏହା ଏକ କ୍ଷୁଦ୍ର ପ୍ରୟାସ ବୋଲି ସେ କହିଛନ୍ତି । ଏହି ବାହୁଡ଼ାଯାତ୍ରା ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କରିବା ଦିଗରେ ଏକ ପ୍ରୟାସ ବୋଲି ପ୍ରବାସୀ ଓଡ଼ିଆମାନେ ମତବ୍ୟକ୍ତ କରିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.