thumbnail

ନୀଳାଦ୍ରି ବିଜେ ନୀତି ଆରମ୍ଭ, ନୀଳକନ୍ଦର ବାହୁଡ଼ିବେ ନୀଳାଚଳିଆ - Niladri Bije Rituals Begin in Puri

By ETV Bharat Odisha Team

Published : Jul 19, 2024, 8:58 PM IST

ପୁରୀ: ସରି ସରି ଆସୁଛି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଆଉ କିଛି ସମୟ ପରେ ଗୋଟି ପହଣ୍ଡିରେ ବଡ଼ଦାଣ୍ଡରୁ ବିଦାୟ ନେବେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି ନୀଳାଦ୍ରି ବିଜେ ନୀତି । ପ୍ରଥମେ ବଡ଼ ଠାକୁର ବଳଭଦ୍ର ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଏହାପରେ ଭଉଣୀ ସୁଭଦ୍ରା ପ୍ରବେଶ କରିବେ । ଶେଷରେ କାଳିଆ ସାଆନ୍ତେ ଶ୍ରୀମନ୍ଦିର ବାହୁଡ଼ିବେ । କିନ୍ତୁ ବାଟ ଓଗାଳିବେ ମା' ଲକ୍ଷ୍ମୀ ସାଆନ୍ତାଣୀ । ସନ୍ଧ୍ୟା ଧୂପ, ଚାରମାଳ ବନ୍ଧାହେବା ପରେ ଭକ୍ତଙ୍କୁ କିଛି ସମୟ ଦର୍ଶନ ଦେଇ ଶ୍ରୀଜିଉ ଶ୍ରୀମନ୍ଦିରକୁ ବିଜେ କରିବେ । ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ପୁଷ୍ପାଳକ ମହାଜନମାନେ ଦକ୍ଷିଣୀ ଘରକୁ ବିଜେ କରିଛନ୍ତି । ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହେବ । ଜଗନ୍ନାଥ ମହାପ୍ରଭୁ ପହଣ୍ଡି ସମୟରେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିବେ । ଉଭୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହେବେ । ଏହି ସମୟରେ ମହାଲକ୍ଷ୍ମୀ-ଜଗନ୍ନାଥ ବଚନିକା ଅନୁଷ୍ଠିତ ହେବ । ନବଦିନାତ୍ମକ ଯାତ୍ରାରେ ନବ ବିବାହିତା ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଛାଡ଼ି ଚାଲିଯାଇଥିବାରୁ ସେ ରୋଷ କରିଛନ୍ତି । ଏହାପରେ ମହାପ୍ରଭୁ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବେ ।  

ଏହା ବି ପଢନ୍ତୁୃ- ଆଜି ସରୁଛି ଶ୍ରୀଜୀଉଙ୍କ ବାହାର ଲୀଳାଖେଳା: ରତ୍ନବେଦୀକୁ ଫେରିବେ କଳାଠାକୁର, ରାଗିଛନ୍ତି ମହାଲକ୍ଷ୍ମୀ, ରସଗୋଲା ଖୁଆଇ କରିବେ ମାନଭଞ୍ଜନ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.