ରଥାରୂଢ ଶ୍ରୀବିଗ୍ରହଙ୍କ ଅଧରପଣା ନୀତି, ଶ୍ରୀକ୍ଷେତ୍ରରୁ ଦେଖନ୍ତୁ LIVE - Adharapana Rituals LIVE

By ETV Bharat Odisha Team

Published : Jul 18, 2024, 6:40 PM IST

Updated : Jul 18, 2024, 9:26 PM IST

thumbnail
ପୁରୀ: ଶ୍ରୀଜିଉ ବଡ଼ ଦେଉଳରୁ ବଡ଼ଦାଣ୍ଡକୁ ବାହାରି ଆସିବା ପରେ ତାଙ୍କ ଦର୍ଶନ ପାଇଁ ଚାହିଁ ବସିଥାନ୍ତି ଚଣ୍ଡିଚାମୁଣ୍ଡା ଓ ଅଶରୀରୀ । ବାହୁଡ଼ା ଯାତ୍ରା ପରେ ନୀଳକନ୍ଦରକୁ ପୁଣି ବିଜେ କରିବା ପୂର୍ବରୁ ଆଷାଢ ଶୁକ୍ଳ ଦ୍ବାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହୁଏ । ରଥ ଉପରେ ବିଜେ କରିଥିବା ଶ୍ରୀବିଗ୍ରହଙ୍କଠାରେ ଅଧରପଣା ଲାଗି ହୁଏ । ତିନି ଠାକୁରଙ୍କଠାରେ 9ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଥାଏ । ଛାଚି, ସର, କର୍ପୂର, ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, ଜାଇଫଳ ଆଦି ପଡ଼ି ପଣା ପ୍ରସ୍ତୁତ ହୁଏ । ରଥ ଉପରେ ମହାସୁଆରମାନେ ଅଧର ପଣା ପ୍ରସ୍ତୁତ କରନ୍ତି । ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ଓଡ଼ିଆ ମଠ ପଣା ପାଇଁ ସାମଗ୍ରୀ ଯୋଗାଇ ଦେଇଥାନ୍ତି । ପଣା ପାଇଁ ଛାଉଣୀ ମଠ ସାମ୍ନା କୂଅରୁ ଆସେ ପାଣି । ପୂର୍ବରୁ ତିନି ଦିନ ହେଉଥିଲା ଅଧରପଣା ନୀତି ଅନୁଷ୍ଠିତ ହେଉଥିଲା । ମାତ୍ର କାଳକ୍ରମେ ସମୟ ଅଭାବରୁ ଦ୍ବାଦଶୀରେ ଏହି ନୀତି ଅନୁଷ୍ଠିତ ହେଉଛି । ଠାକୁରଙ୍କଠାରେ ପଣା ଲାଗି ହେବା ପରେ ହାଣ୍ଡି ଭଙ୍ଗାଯାଇ ଚଣ୍ଡିଚାମୁଣ୍ଡା, ଅଶରୀରୀଙ୍କ ପାଇଁ ଉତ୍ସର୍ଗ କରାଯାଏ । 
Last Updated : Jul 18, 2024, 9:26 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.