କୁନି ଭକ୍ତଙ୍କ ଗହଣରେ ବାହୁଡ଼ିଲେ ବାଣ୍ଠିଆ ଜଗନ୍ନାଥ - Banthia Jagannath Bahuda Yatra

By ETV Bharat Odisha Team

Published : Jul 17, 2024, 5:44 PM IST

thumbnail
Banthia Jagannath Bahuda Yatra (ETV Bharat Odisha)

Banthia Jagannath Bahuda Yatra: ରାଇରଙ୍ଗପୁର: ବାରିପଦାର ଅନନ୍ୟ ପରମ୍ପରା ମଧ୍ୟରେ ଅନ୍ୟତମ ବାଣ୍ଠିଆ ଜଗନ୍ନାଥ ରଥଯାତ୍ରା କୁନିକୁନି ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଛି । କୁନିକୁନି ଭକ୍ତମାନଙ୍କ ହାତରେ ଟଣା ହୋଇଥିବା ବାହୁଡ଼ା ରଥରେ ରତ୍ନବେଦୀକୁ ବାହୁଡ଼ି ଯାଇଛନ୍ତି ବାଣ୍ଠିଆ ଜଗନ୍ନାଥ । ବାରିପଦା ରଥଯାତ୍ରାରେ ବାଣ୍ଠିଆ ଜଗନ୍ନାଥ ମନ୍ଦିରର ଏକ ସ୍ବତନ୍ତ୍ରତା ରହିଛି । ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ଦୁଇ ଦିନ ରଥଟଣା ହେଉଥିବାବେଳେ ବାଣ୍ଠିଆ ଜଗନ୍ନାଥଙ୍କ ରଥଯାତ୍ରାରେ ମାତ୍ର ଗୋଟିଏ ଦିନ ଟଣା ହୋଇଥାଏ । ବାହୁଡ଼ା ସମୟରେ ମଧ୍ୟ ଶେଷ ଦିନ ରଥ ଟଣାଯାଏ ।

ଏହି ବାଣ୍ଠିଆ ଜଗନ୍ନାଥଙ୍କ ରଥ ଟଣାରେ ବିଶେଷକରି ଏକ ପାର୍ଥକ୍ୟ ନୀତି ନିର୍ଦ୍ଧାରଣ କରାଯାଇଛି । ଅଳ୍ପ ବୟସର ଶିଶୁ ଠାରୁ ଆରମ୍ଭ କରି ୧୪ ବର୍ଷ ବୟସର କିଶୋର କିଶୋରୀମାନେ ହିଁ ଏହି ରଥକୁ ଟାଣିଥାନ୍ତି । ବୁଧବାର ଏହି ରଥକୁ ସକାଳ ସମୟରେ ଟଣା ଯାଇଥିଲା । ଆଜି ଭକ୍ତିମୟ ପରିବେଶ ମଧ୍ୟରେ ବାଣ୍ଠିଆ ଜଗନ୍ନାଥ ମନ୍ଦିର ବାହୁଡ଼ା ରଥଟଣାରେ ବାଳକ ବାଳିକା ରଥ ଟାଣି ବେଶ ଆନନ୍ଦ ଅନୁଭବ କରିଥିବା ପ୍ରକାଶ କରିଛନ୍ତି । ଶେଷରେ ଶ୍ରଦ୍ଧା ଲଡ଼ୁ ନେବା ପାଇଁ ପିଲାଙ୍କ ମଧ୍ୟରେ କୌତୁହଳ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବଡ଼ଦାଣ୍ଡରେ ଗଡ଼ିଲା ବ୍ରହ୍ମତାଳଧ୍ଵଜ, ମଣିବିଗ୍ରହଙ୍କ ଜୟଜୟକାରରେ ପ୍ରକମ୍ପିତ ହେଲା ପରିବେଶ - Kendrapara Ratha yatra

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.