ବିଶ୍ବର ବୃହତ୍ତମ ରଥରେ ବସି ବାହୁଡ଼ିଲେ ପ୍ରଭୁ ବଳଦେବଜୀଉ - Bahuda Yatra In Kendujhar

By ETV Bharat Odisha Team

Published : Jul 15, 2024, 10:12 PM IST

thumbnail
Bahuda Yatra (ETV Bharat Odisha)

Bahuda Yatra: କେନ୍ଦୁଝର: ଆଜି ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା । ବିଶ୍ବର ବୃହତ୍ତମ ରଥ ନନ୍ଦିଘୋଷରେ ବସି ନିଜ ମନ୍ଦିରକୁ ପହଞ୍ଚିଲେ ବଳଦେବଜୀଉ । ଚଳିତ ବର୍ଷ ଦୁଇ ଦିନିଆ ରଥଯାତ୍ରା ପାଳନ ହେଉଛି । କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ପହଣ୍ଡି ପରେ ରଥଟଣା ଦୁଇ ଦିନରେ ସମ୍ପାଦନ ହୋଇଥିଲା । ଆଜି ବାହୁଡ଼ା ଥିବାରୁ ବଳଦେବଜୀଉଙ୍କ ବେଶ ପରେ ମାଉସୀ ମା'ଙ୍କ ଘରୁ ରୀତିନୀତି ଅନୁସାରେ ଧାଡ଼ି ପହଣ୍ଡି କରି ବିଶ୍ବର ବୃହତ୍ତମ ରଥ ନନ୍ଦିଘୋଷ ଉପରକୁ ବିଜେ ହୋଇଥିଲେ ମହାବାହୁ । ଆଜି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଅପରାହ୍ନ ୫ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା । 

ଏହା ବି ପଢନ୍ତୁ...ଶାବର ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା, ନବଦିନାତ୍ମକ ଯାତ୍ରା ସାରି ଫେରିଲେ ଚତୁର୍ଦ୍ଧାମୂର୍ତ୍ତି - Bahuda Yatra 2024

ଶ୍ରୀବିଗ୍ରହଙ୍କ ନବ ଦିନାତ୍ମକ ଯାତ୍ରା ସରିଛି । ଆଜି ସନ୍ଧ୍ୟା ଧୂପପରେ ଆଉ ଦୁଇ ଦିନ ମହାବାହୁ ରଥ ଉପରେ ବିରାଜମାନ କରିବେ । ବୁଧବାର ସୁନାବେଶ ଦର୍ଶନ କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ଅଧର ପଣା ପରେ ନିଜ ମନ୍ଦିରକୁ ତିନି ଠାକୁର ବିଜେ କରିବେ । ଆଜିର ଏହି ବାହୁଡ଼ା ଯାତ୍ରା ସୁରୁଖୁରରେ ଅନୁଷ୍ଠିତ ହୋଇଥିବାବେଳେ ଭକ୍ତମାନେ ମଧ୍ୟ ବେଶ ବିଭୋର ହୋଇଥିବା ଦେଖାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.