ବାହୁଡ଼ା ଯାତ୍ରା; ସରିଲା ନବଦୀନାତ୍ମକ ଲୀଳାଖେଳା, ବାହୁଡିବେ ଦାରୁଦିଅଁ, ଫୁଲରେ ସଜେଇ ଝଟକୁଛି ଗୁଣ୍ଡିଚା ମନ୍ଦିର, ଶରଧାବାଲିରେ ଅପେକ୍ଷାରତ ତିନି ରଥ - Puri Bahuda Yatra 2024

By ETV Bharat Odisha Team

Published : Jul 15, 2024, 12:22 PM IST

Updated : Jul 15, 2024, 12:36 PM IST

thumbnail
ଆଜି ବାହୁଡ଼ା ଯାତ୍ରା; ସରିଲା ଲୀଳାଖେଳ, ବାହୁଡୁଛନ୍ତି ଦାରୁଦିଅଁ (ETV Bharat Odisha)

ପୁରୀ: ବାହୁଡିବେ ମହାବାହୁ । ଜନ୍ମବେଦୀରେ ଲୀଳାଖେଳା ସାରି ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଆଜି ଶ୍ରୀନଅର ଫେରିବେ ମହାପ୍ରଭୁ ଜଗନ୍ନାଥ ।  ନିର୍ଦ୍ଧାରତି ସମୟ ପୂର୍ବରୁ ଆରମ୍ଭ ହେଲା ଶ୍ରୀଜିଉଙ୍କ ବାହୁଡା ପହଣ୍ଡି ବିଜେ । ଚକ୍ରରାଜ ସୁଦର୍ଶନ ପହଣ୍ଡି ବିଜେ କରିଛନ୍ତି । ଏହା ପରେ ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯିବ । ଶ୍ରୀବିଗ୍ରହ ଆଡପମଣ୍ଡପରୁ ଧାଡି ପହଣ୍ଡିରେ ଆସି ରଥରେ ବିଜେ କରିବେ । ବାହୁଡା ଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲରେ ସାଜସଜ୍ଜା କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନାଇ ବସିଛନ୍ତି ଭକ୍ତ ଗଣ । ସେପଟେ ନୃତ୍ୟଶିଳ୍ପୀ ରଥ ସମ୍ମୁଖରେ ନିଜ ନୃତ୍ୟ ପରିବେଷଣ କରି ଲୋକଙ୍କୁ ମନ ମୋହୁଛନ୍ତି । ଆଜି ଜନସମୁଦ୍ର ପାଲଟଛି ପୁରୀ ସହର । ଶ୍ରୀଜିଉ ରଥାରୂଢ ହେବା ପରେ ଛେରାପହଁରା ନୀତି ହେବ । ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ । ଖେଚେଡି ଭୋଗ ଖାଇ ବାହୁଡା ଯାତ୍ରାରେ ବାହାରିବେ ମହାପ୍ରଭୁ । ଭକ୍ତଙ୍କ ଗହଳିରେ ଶ୍ରୀନଅର ଯିବେ ମହାବାହୁ । 

ଏହା ମଧ୍ୟ ପଢନ୍ତୁ: ଲାଇଭ ବିଶ୍ବନିଅନ୍ତାଙ୍କ ବାହୁଡା ଯାତ୍ରା; ଆରମ୍ଭ ହେଲା ପହଣ୍ଡି ବିଜେ, ଧାଡି ପହଣ୍ଡିରେ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ

ଇଟିଭି ଭାରତ, ପୁରୀ

Last Updated : Jul 15, 2024, 12:36 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.