ରାମମୟ ହୋଇଛି ଢେଙ୍କାନାଳ
🎬 Watch Now: Feature Video
Published : Jan 22, 2024, 10:09 PM IST
Ram Lalla Pran Pratishtha Utsav:ଢେଙ୍କାନାଳ: ଆଜି ପୁଣ୍ୟଭୂମି ଅଯୋଧ୍ୟାରେ ପ୍ରଭୁ ରାମଲାଳାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସାରାଦେଶ ରାମମୟ ହୋଇ ଉଠିଛି । ଏଥିରୁ ବାଦ ଯାଇନି ଢେଙ୍କାନାଳ ଜିଲ୍ଲା । ଜିଲ୍ଲାର ବିଭିନ୍ନ ମଠ ମନ୍ଦିର ଗୁଡିକ ଉତ୍ସବ ମୁଖର ହୋଇପଡିଛି । ବିଶେଷ କରି ଢେଙ୍କାନାଳ ସହରର ରାମ ନାମ ଧ୍ୱନୀରେ ଆଧ୍ୟାତ୍ମିକ ପରିବେଶରେ ବୁଡି ରହିଛି । ସହରର ଅଳସୁଆ ମଠ ପରିସରରେ ଅଞ୍ଚଳବାସୀ ରାମଲାଲାଙ୍କ ପୂଜାର୍ଚ୍ଚନାରେ ବ୍ୟସ୍ତ ରହିଥିଲେ । ଭଜନ କୀର୍ତ୍ତନ ସାଙ୍ଗକୁ ରାମନାମରେ ଉଛୁଳି ପଡିଛି ଏହି ଅଞ୍ଚଳ । ସେପଟେ ଢେଙ୍କାନାଳ ବସ ଷ୍ଟାଣ୍ଡ ନିକଟସ୍ଥ ହନୁମାନ ବାଟିକା ଶତାଧିକ ଶ୍ରର୍ଦ୍ଧାଳୁଙ୍କ ସମାଗମରେ ପୁରି ଉଠିଛି । ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଛନ୍ତି । ଜୟ ଶ୍ରୀରାମ ଧ୍ୱନି ଢେଙ୍କାନାଳରେ ଅଯୋଧ୍ୟାର ଭ୍ରମ ସୃଷ୍ଟି କରିଛି । ଆଉ ଦୀର୍ଘ ପାଞ୍ଚ ଶହ ବର୍ଷରପ୍ରତୀକ୍ଷାର ଅନ୍ତଘଟି ଆଜି ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମସ୍ତଙ୍କୁ ବେଶ ଉତ୍ସାହିତ କରିବା ସହିତ ଆଧ୍ୟାତ୍ମିକ ବାତାବରଣରେ ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢନ୍ତୁ.....ଜନ୍ମସ୍ଥାନକୁ ଫେରିଲେ ରଘୁନନ୍ଦନ; ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ
ଇଟିଭି ଭାରତ, ଢେଙ୍କାନାଳ