ETV Bharat / bharat

ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା 'ଫେଙ୍ଗାଲ' - CYCLONE FENGAL

ଆଜି ଅପରାହ୍ନରେ କରାଇକାଲ୍ ଏବଂ ମହାବଳିପୁରମ୍ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା 'ଫେଙ୍ଗାଲ' । କାମିଲନାଡୁରେ ବର୍ଷା ଜାରି ।

Cyclone Fengal
Cyclone Fengal (PTI)
author img

By ETV Bharat Odisha Team

Published : Nov 30, 2024, 10:57 AM IST

ଚେନ୍ନାଇ: ଆଜି ଅପରାହ୍ନରେ ଲ୍ୟାଣ୍ଡଫଲ କରିବ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା 'ଫେଙ୍ଗାଲ' । ପୁଡୁଚେରୀ ନିକଟ କରାଇକାଲ୍ ଏବଂ ମହାବଳିପୁରମ୍ ମଧ୍ୟରେ 'ଫେଙ୍ଗାଲ' ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଏହା ଘଣ୍ଟା ପ୍ରତି 12 କିମି ବେଗରେ ଗତି କରୁଛି । ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ଲାଗି ରହିଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି 70ରୁ 80 କିମି ରହିବ । ଏହି ବେଗ 90 କିମି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ବର୍ତ୍ତମାନ ଏହା ପୁଡୁଚେରୀ ପୂର୍ବରୁ 150 ଦୂରରେ ଘନିଭୂତ ହୋଇଥିବା ବେଳେ ଚେନ୍ନାଇର ଦକ୍ଷିଣ-ପୂର୍ବର 140 କିମି, ନାଗପାଟିନମ ଉତ୍ତର-ପୂର୍ବରେ 310 କିମି, ତ୍ରିନକୋମାଲି ଠାରୁ 400 କିମି ଦୂରରେ ଘନିଭୂତ ହୋଇଛି ।

4 ଜିଲ୍ଲାରେ ସ୍କୁଲ-କଲେଜ ଛୁଟି: ବାତ୍ୟା ପ୍ରଭାବାରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏଥି ପାଇଁ ଚେନ୍ନାଇ, ଚେଙ୍ଗଲପେଟ୍, ତିରୁଭାଲୁର, ଏବଂ କାଞ୍ଚିପୁରାମରେ ଥିବା ସ୍କୁଲ ଏବଂ କଲେଜଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ତାମିଲନାଡୁ ସରକାର ମଧ୍ୟ ମାୟିଲାଦୁଥୁରାଇ, କୁଡାଲୋର, ଭିଲୁପୁରମ୍ ଏବଂ କାଲାକୁରିଚିର ଜିଲ୍ଲା ପ୍ରଶାସନକୁ ସ୍ଥାନୀୟ ଅଞ୍ଚଳର ସ୍ଥିତିକୁ ଦେଖି ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବାତ୍ୟା ରୂପ ନେଇପାରେ ଗଭୀର ଅବପାତ, ପୁରୀ-ଗଞ୍ଜାମ-ଗଜପତିରେ ବର୍ଷା: IMD

ଏହା ମଧ୍ୟ ପଢନ୍ତୁ-ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ, ଓଡ଼ିଶାରେ ଆହୁରି ୩ ଦିନ ବର୍ଷା

ଆଜି ଏହି ସ୍ଥାନରେ ହେବ ପ୍ରବଳ ବର୍ଷା: ଆଜି ତାମିଲନାଡୁର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଚେନ୍ନାଇ, ତିରୁଭାଲୁର, ଚେଙ୍ଗାଲପାଟ୍ଟୁ, କାଞ୍ଚିପୁରମ୍, ଭିଲୁପୁରମ୍, କାଲାକୁରିଚି, କୁଡାଲୋର ଏବଂ ପୁଡୁଚେରୀରେ ଅଧିକ ବର୍ଷା ହେବା ନେଇ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଣୀପେଟ, ତିରୁଭାନ୍ନାମାଲାଇ, ଭେଲୋର, ପେରମ୍ବାଲୁର, ଆରିୟାଲୁର, ଥାନଜାଭୁର ଏବଂ କରାଇକାଲ ଅଞ୍ଚଳରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଓଡ଼ିଶାରେ ବର୍ଷା:

ଆଜି ରାଜ୍ୟର ଉପକୂଳ ଜିଲ୍ଲା ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.