ପ୍ରଧାନମନ୍ତ୍ରୀଙ୍କ ବିଶାଳ ଜନସମାବେଶ, ମୋଦିଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ - PM NARENDRA MODI

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 29, 2024, 10:23 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ ଦିନିଆ ଓଡିଶା ଗସ୍ତ । ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛି ଓଡିଶା । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁବନେଶ୍ବର ବିମାନବନ୍ଦର ନିକଟରେ ବିଶାଳ ଜନସଭାର ଆୟୋଜନ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାଜ୍ୟର ଅନେକ ସ୍ଥାନରୁ ଲୋକ ଭୁବନେଶ୍ୱର ବିମାନ ବନ୍ଦରରେ ଭିଡ ଜମାଇଥିଲେ । ପାରମ୍ପରିକ ନୃତ୍ୟ, ବାଦ୍ୟ ସହ ଭିନ୍ନ ଭିନ୍ନ ଶୈଳୀରେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଓଡ଼ିଶାର ବିକାଶ ନେଇ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, "ପ୍ରଧାନମନ୍ତ୍ରୀ ବିଶାଳ ଜନସମାବେଶରେ ଯୋଗଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ କଲେ, ତାହା ନିଶ୍ଚୟ ଆମ ପାଇଁ ଖୁସି ଓ ଗର୍ବର କଥା । ଏହାସହ ସେ ଓଡ଼ିଶାର ୬ ମାସର ସରକାରଙ୍କ ଲୋକଙ୍କ ପାଇଁ ଥିବା ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହ ଓଡିଶା କିଭଳି ପ୍ରଗତିଶୀଳ ରାଜ୍ୟ ହେବ ଓ ୧ନମ୍ବର ରାଜ୍ୟ ହେବ ସେନେଇ ପ୍ରସ୍ତୁତ ହୋଇଥିବା ରୋଡମ୍ୟାପ ବା ଖସଡ଼ା ଆମ ଆଗରେ ରଖିଥିଲେ । ଜାତୀୟ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ସହ ଓଡ଼ିଶାକୁ ଉନ୍ନତିମୂଳକ ରାଜ୍ୟ ଭାବେ ଗଢିତୋଳିବାର ସଂକଳ୍ପକୁ ସେ ଆଜି ପ୍ରକାଶ କରିଛନ୍ତି । ଏଥିପାଇଁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ । ଆଗକୁ ଆଶା ରହିବ କେନ୍ଦ୍ର ସରକାର ଓଡିଶାର ବିକାଶ ଦିଗରେ କାର୍ଯ୍ୟ କରିବେ ।" 
 

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶା ବିକାଶ ନକ୍ସା ଦେଖାଇଲେ ମୋଦି, ବିରୋଧୀଙ୍କୁ କଲେ ନିଶାନା

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ମୋଦିଙ୍କ ତିନି ଦିନ ରହଣୀ, ରାଜ୍ୟ ବିଜେପିକୁ ଦେବ କି ବୁଷ୍ଟ ?

ସେପଟେ ହାତରେ ପ୍ଲାକାର୍ଡ ଧରି ଲୋକମାନେ ବେସ ଉତ୍ସାହର ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଥିବା ବେଳେ ମୋଦି ନାରାରେ କମ୍ପିଥିଲା ବିମାନବନ୍ଦର ରାସ୍ତା । ମୋଦିଙ୍କୁ ପାଖରେ ଦେଖି ଲୋକମାନେ ବେସ ଖୁସି ବ୍ୟକ୍ତ କରିଥିବା ବେଳେ ମୋଦିଙ୍କ ଗ୍ୟାରେଣ୍ଟିକୁ ଲୋକମାନେ  ପ୍ରଶଂସା କରିଛନ୍ତି ।  ଓଡ଼ିଶାର ବିକାଶ ପାଇଁ ମୋଦି ଦେଇଥିବା ପ୍ରତିଶୃତି  ସେ ପାଳନ କରିଛନ୍ତି ବୋଲି କହିଛନ୍ତି ଲୋକେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ, ସାଂସଦ ବୈଜୟନ୍ତ, ଅପରାଜିତା ଷଡ଼ଙ୍ଗୀସ ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପବିତ୍ରଧାମକୁ ଆସିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.