ETV Bharat / entertainment

ED ରେଡ୍ ନେଇ ମୁହଁ ଖୋଲିଲେ ରାଜ କୁନ୍ଦ୍ରା, କହିଲେ 'ମୋ ପତ୍ନୀଙ୍କୁ କରନି ସାମିଲ' - RAJ KUNDRA STATEMENT AFTER ED RAIDS

ଇଡିର ଚଢାଉ ପରେ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରତିକ୍ରିୟା ରଖିଛନ୍ତି। ଯେଉଁଥିରେ ସେ ଶିଳ୍ପା ଶେଟ୍ଟୀଙ୍କ ନାମ ବ୍ୟବହୃତ ନେଇ ଖୁବ ବର୍ଷିଛନ୍ତି।

RAJ KUNDRA STATEMENT AFTER ED RAIDS
RAJ KUNDRA STATEMENT AFTER ED RAIDS (photo: IANS)
author img

By ETV Bharat Entertainment Team

Published : Nov 30, 2024, 11:39 AM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପାଇଁ ପୁଣି ଅଡୁଆ ବଢିବାରେ ଲାଗିଛି । ଇଡି ରାଜ କୁନ୍ଦ୍ରାଙ୍କ ଘର ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ଘର ଉପରେ ଚଢାଉ କରିଛି। ଏହି ଚଢାଉ ପର୍ଣ୍ଣୋଗ୍ରାଫି ମାମଲାରେ ହୋଇଥିବା ବେଳେ ତାଙ୍କ ଘର, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରାଯାଇଛି। ଇଡିର ରେଡ୍ ପରେ ବର୍ତ୍ତମାନ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରିଛନ୍ତି । ଯେଉଁଥିରେ ଏହି ମାମଲାରେ ତାଙ୍କ ପତ୍ନୀଙ୍କୁ ସାମିଲ ନ କରିବାକୁ କହିଛନ୍ତି ।

raj kundra statement
raj kundra statement (instagram)

ପତ୍ନୀ ଶିଳ୍ପାଙ୍କ ନାଁ ସାମିଲ ନେଇ ବର୍ଷିଲେ ରାଜ କୁନ୍ଦ୍ରା

ରାଜ କୁନ୍ଦ୍ରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ''ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିବାବେଳେ ଗଣମାଧ୍ୟମରେ ନାଟକ ସୃଷ୍ଟି କରିବାର ଦକ୍ଷତା ରହିଛି । ଆସନ୍ତୁ ସତ୍ୟକୁ ସ୍ପଷ୍ଟ କରିବା । ଗତ ଚାରି ବର୍ଷ ଧରି ଚାଲିଥିବା ଯାଞ୍ଚକୁ ମୁଁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛି। 'ସହଯୋଗ', 'ଅଶ୍ଳୀଳ' ଏବଂ 'ମନି ଲଣ୍ଡରିଂ' ଦାବି ନେଇ ପ୍ରଶ୍ନ ରହିଛି । ଏହାକୁ ନେଇ ଆମେ କେବଳ ଏତିକି କହିବୁ, ମିଛ କଥା ସତ୍ୟକୁ କେବେ ଲୁଚାଇ ପାରିବ ନାହିଁ, ଶେଷରେ ନ୍ୟାୟର ବିଜୟ ହେବ । ଏଥିରେ ମୋ ପତ୍ନୀଙ୍କ ନାମକୁ ବାରମ୍ବାର ସାମିଲ କରନ୍ତୁ ନାହିଁ । ଦୟାକରି ସୀମାରେ ରୁହନ୍ତୁ ଏବଂ ସମ୍ମାନ ଦିଅନ୍ତୁ ।''

କହିରଖୁଛୁ କି, ମୁମ୍ବାଇ ପୋଲିସ 2021 ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କାର୍ଯ୍ୟ ମୋବାଇଲ୍ ଆପ୍ ମାଧ୍ୟମରେ ଅଶ୍ଲୀଳ ବିଷୟବସ୍ତୁ ସୃଷ୍ଟି ଏବଂ ପ୍ରଚାର ସହିତ ଜଡିତ । ପୂର୍ବରୁ ମଧ୍ୟ ଏହି ମାମଲାରେ ଶିଳ୍ପାଙ୍କ ନାମ ଅଣାଯାଇଥିଲା। ବର୍ତ୍ତମାନ ଯେତେବେଳେ ଏହାକୁ ପୁନର୍ବାର ଶିଳ୍ପାଙ୍କ ନାଁ ସହ ଯୋଡାଯାଉଛି । ରାଜ ଏନେଇ ପ୍ରତିକ୍ରୟା ଦେଇ ନେଟିଜେନ୍ସ ଉପରେ ଖୁବ ବର୍ଷିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମନି ଲଣ୍ଡରିଂ ମାମଲା; ଇଡି ଜାଲରେ ରାଜ କୁନ୍ଦ୍ରା, ଏକାଧିକ ସ୍ଥାନରେ ଚଢାଉ

ପୁରା ମାମଲା କ'ଣ ?

ରାଜ କୁନ୍ଦ୍ରା ମାସ ମାସ ଧରି ଇଡି ସ୍କାନରରେ ଥିଲେ, ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ କୁନ୍ଦ୍ରାଙ୍କୁ 2021 ମସିହାରେ ଗିରଫ କରାଯାଇଥିଲା। ଦୁଇ ମାସ ଜେଲରେ ରହିବା ପରେ ସେ ସେପ୍ଟେମ୍ବର 2021 ରୁ ଜାମିନରେ ବାହାରିଛନ୍ତି । ମୁମ୍ବାଇ ପୋଲିସ 2021 ମସିହାରେ କୁନ୍ଦ୍ରାଙ୍କ ବିରୋଧରେ ଏକ ଝିଅ ଅଭିଯୋଗରେ ମାମଲା ରୁଜୁ କରିଥିଲା। ଯେଉଁଥିରେ ସେ ଝିଅମାନଙ୍କୁ ଚଳଚ୍ଚିତ୍ର ଏବଂ OTT ରେ କାମ କରିବା ନାମରେ ଅଶ୍ଳୀଳ ବିଷୟବସ୍ତୁ ସୃଷ୍ଟି କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ କୁନ୍ଦ୍ରା ମୋଟାଅଙ୍କର ଟଙ୍କା ରୋଜଗାର କରୁଛନ୍ତି । ଏହା ପରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ହେଉଥିବା ସ୍ଥାନରେ ପୋଲିସ ଚଢାଉ କରି କୁନ୍ଦ୍ରାଙ୍କ ସମେତ 11 ଜଣଙ୍କୁ ଗିରଫ କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.