ବାଲେଶ୍ବର ବଜାରରେ ହାତ ତିଆରି ରାକ୍ଷୀର ସମ୍ଭାର, ‘ଓରମାସ’ ଷ୍ଟଲରେ ଗ୍ରାହକଙ୍କ ଭିଡ - ORMAS SPECIAL RAKHI IN MARKET

By ETV Bharat Odisha Team

Published : Aug 17, 2024, 2:29 PM IST

thumbnail
RAKSHA BANDHAN 2024 (ETV BHARAT ODISHA)

ବାଲେଶ୍ବର: ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଚଳଚଞ୍ଚଳ ରାକ୍ଷୀ ବଜାର । ବଜାରରେ ବିଭିନ୍ନ ପ୍ରକାରର ରାକ୍ଷୀ ଉପଲବ୍ଧ ଥିବା ବେଳେ ଏହାକୁ କିଣିବାରେ ବ୍ୟସ୍ତ ଉଭଣୀମାନେ । ଏହାରି ମଧ୍ୟରେ ବାଲେଶ୍ବରରେ ରାକ୍ଷୀର ପସରା ମେଲିଛି । ସେଥିମଧ୍ୟରୁ ‘ଓରମାସ’ ଦ୍ୱାରା ଖୋଲାଯାଇଥିବା ରାକ୍ଷୀ ଷ୍ଟଲ ସବୁଠୁ ନିଆରା । ମହିଳାମାନଙ୍କ ଦ୍ବାରା ତିଆରି ହୋଇଥିବା ରାକ୍ଷୀ ଏହି ଷ୍ଟଲରେ ବିକ୍ରି ହେଉଛି, ଯାହାର ଅଧିକ ଚାହିଦା ମଧ୍ୟ ରହିଛି । ଧାନ,ମାଟି,କାଇଞ୍ଚ,ସବାଇ ଘାସ,ସୁନେଲି ଘାସ,ଝୋଟ,ମାକ୍ରୋମ ଓ ଉଲ୍‌ ଆଦିରେ ପ୍ରସ୍ତୁତ ହୋଇଥିବା ରାକ୍ଷୀ କିଣିବାକୁ ଗ୍ରାହକଙ୍କ ଭିଡ଼ ଜମୁଛି । ବାଲେଶ୍ୱର ମିଶନ ଶକ୍ତି ବଜାର ନିକଟରେ ଏହି ଷ୍ଟଲ ରହିଛି । ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ପ୍ରଡ୍ୟୁସର ଗ୍ରୁପ ଦ୍ୱାରା ତିଆରି ହୋଇଥିବା ରାକ୍ଷୀ ବେଶ ଆକର୍ଷଣୀୟ । ବଜାରରେ ମିଳୁଥିବା ଫ୍ୟାନ୍ସି ରାକ୍ଷୀଠାରୁ ବହୁତ କମ ମୂଲ୍ୟରେ ଏହି ରାକ୍ଷୀ ମିଳୁଛି । ଏହି ରାକ୍ଷୀ ଏଥର ଭାଇଙ୍କ ହାତରେ ଶୋଭା ପାଇବ । ଭଉଣୀ ମଧ୍ୟ ମାଟିର ବାସ୍ନା ଥିବା ଏବଂ ଅନେକ ମହିଳାଙ୍କ ପରିଶ୍ରମ ଲୁଚିଥିବା ଏହି ରାକ୍ଷୀ ଭାଇ ହାତରେ ବାନ୍ଧିବାକୁ ବେସ ଉତ୍ସାହୀ ।  

ଏହା ମଧ୍ୟ ପଢନ୍ତୁ-ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା, ସ୍ନେହର ଡୋରି ତିଆରି କରୁଛନ୍ତି ଭିନ୍ନକ୍ଷମ ଛାତ୍ରଛାତ୍ରୀ - DISABLED STUDENTS MADE RAKHI

ଓରମାସ ପକ୍ଷରୁ ରାକ୍ଷୀ ଷ୍ଟଲରେ ନିଯୁକ୍ତ ଥିବା ମହିଳା ସୁମତି ବେହେରା କହିଛନ୍ତି,"ସବାଇ ଘାସ ରାକ୍ଷୀ, ଧାନ ରାକ୍ଷୀ, ଝୋଟ ରାକ୍ଷୀ ଷ୍ଟଲରେ ଉପଲବ୍ଧ ରହିଛି । ଲୋକେ ଏହାକୁ କିଣିବା ପରେ ଭଲ ବୋଲି କହୁଛନ୍ତି । ରାକ୍ଷୀର ଦାମ 5 ଟଙ୍କାରୁ ଆରମ୍ଭ କରି 40 ଟଙ୍କା ପର୍ଯ୍ୟନ୍ତ ରହିଛି । ଧାନ ରାକ୍ଷୀ, ଜଗନ୍ନାଥଙ୍କ ରାକ୍ଷୀ 40 ଟଙ୍କାରେ ଦିଆଯାଉଛି, ସେହିପରି 30 ଟଙ୍କା ଓ 20 ଟଙ୍କାର ବି ଏହି ରାକ୍ଷୀ ଅଛି । ପ୍ରଡ୍ୟୁସର ଗ୍ରୁପ, ‘ଏସଏଚଜି’ ମହିଳାମାନେ ଏ ରାକ୍ଷୀ ଦେଉଛନ୍ତି । ପିଜି ଗ୍ରୁପର ମେମ୍ବରମାନେ ସବୁ ତିଆରି କରି ଦେଉଛନ୍ତି । ଫ୍ୟାନ୍ସି ରାକ୍ଷୀଠାରୁ ହାତ ତିଆରି ରାକ୍ଷୀ ଅଧିକ ଚାଲିଛି । ଏହାସହ ଗିଫ୍ଟ ଥାଳି ମଧ୍ୟ ରହିଛି । ଏଥିରେ ରାକ୍ଷୀ ସହ ଟେରାକୋଟା, ଗଣେଶଙ୍କର ପ୍ରତିକୃତି ରହୁଛି, ଚାଉଳ, ସିନ୍ଦୁର, ହଳଦୀ ଆଦି ରହୁଛି । ଯାହାର ମୂଲ୍ୟ 100 ଓ 120 ଟଙ୍କା ରହିଛି । ଯେମିତି ଜିନିଷ ଦେଖିକି ସେମିତି ରେଟ ଚାଲିଛି ।''

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.