ଦୃଷ୍ଟିବାଧିତଙ୍କ ମୁହଁରେ ହସ ଫୁଟାଇବା ପାଇଁ ପାଳନ ହେଲା ରଜପର୍ବ, ସାମିଲ ହେଲେ ନିର୍ବାଚିତ ପ୍ରତିନିଧି - Raja 2024 - RAJA 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 15, 2024, 9:38 AM IST

Updated : Jun 15, 2024, 9:52 AM IST

Raja Festival celebration in Berhampur: ବ୍ରହ୍ମପୁର: ସବୁଠି ରଜ ମଉଜ । ଘରେ ଘରେ ପିଠା ପଣାର ଆସର । କୁଆଁରୀମାନଙ୍କ ସବୁଠି ପ୍ରିୟ ପର୍ବ ରଜ । ଆବାଳବୃଦ୍ଧବନିତା ସମସ୍ତେ ଏହି ପର୍ବରେ ମସଗୁଲ । ବହ୍ମପୁରରେ ବେଶ ଆଡମ୍ବରରେ ରଜ ପର୍ବ ପାଳିଛନ୍ତି ଦୃଷ୍ଟିବାଧିତ ପିଲା । ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବା ବ୍ରହ୍ମପୁରର ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ମଧ୍ୟରେ ହସ ଫୁଟାଇବା ପାଇଁ ଓଡ଼ିଶା ସର୍ଭିସ୍ ଫର୍ ବ୍ଳାଇଣ୍ଡ ଶିକ୍ଷାନୁଷ୍ଠାନ ପରିସରରେ ପାଳନ ହୋଇଯାଇଛି ରଜପର୍ବ  । 

ଗତ କିଛି ବର୍ଷ ହେବ ରଜପର୍ବକୁ ପାଳନ କରି ଆସୁଛନ୍ତି ଏହି ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାମାନେ । ଦୁନିଆକୁ ନିଜ ଆଖିରେ ଦେଖିନଥିବା ଏହି ବିଦ୍ୟାର୍ଥୀମାନେ ରଜପର୍ବ ପାଳନ କରି ବେଶ ଖୁସି ଅନୁଭବ କରୁଥିବା ବେଳେ ସେମାନଙ୍କ ସହିତ ସବୁବେଳେ ଏହିପରି ରହି ଆସିବେ ବୋଲି କହିଛନ୍ତି ଏହାର କର୍ମକର୍ତ୍ତା । 

ରଜରେ ପାଦରେ ଅଳତା, ହାତରେ ମେହେନ୍ଦୀ ଲଗାଇ ନୂତନ ପୋଷାକ ପରିଧାନ କରି ଦୋଳି ଖେଳିବାର ମଜ୍ଜା ଉଠାଇଥିଲେ ଦୃଷ୍ଟିବାଧିତ ପିଲାମାନେ । ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ମିଠା ଓ ପିଠା ମଧ୍ୟ ପ୍ରସ୍ତୁତ କରିଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ନବନିର୍ବାଚିତ ବିଧାୟକ କେ.ଅନିଲ କୁମାର, ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇ, ରାଜ୍ୟ କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଏଥିରେ ସାମିଲ ହୋଇଥିଲେ  । 

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jun 15, 2024, 9:52 AM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.