କଟକରେ ପରମହଂସ ମନ୍ଦିର ଦର୍ଶନ କଲେ ଅଶ୍ୱିନୀ ବୈଷ୍ଣବ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା
🎬 Watch Now: Feature Video
Railway minister Ashwini Vaishnaw: କଟକ: ଆଜି ଦିନିକିଆ କଟକ ଗସ୍ତରେ ଅଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ପ୍ରଥମେ ପରମହଂସ ମନ୍ଦିରରେ ଦର୍ଶନ ସାରି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ କନ୍ଦରପୁରରେ ଏକ ରେଲଓ୍ବେ ଫ୍ଲାଇ ଓଭର ନିର୍ମାଣ ସହିତ କନ୍ଦରପୁରରେ ରେଳ ବାଇ ରିଜରର୍ଭେସନ କାଉଣ୍ଟରର ନିର୍ମାଣ ନେଇ ଅନୁମୋଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେହିପରି ରାଜହଂସରୁ ପରମ ହଂସ ପର୍ଯ୍ୟନ୍ତ ରେଲଓ୍ବେ ଲାଇନ କଡେ କଡେ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଅନୁମୋଦନ କରିଛନ୍ତି । ଏହାପରେ ସେ ଯଶପଡା ପଡିଆରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜିର ଏହି ଗସ୍ତକୁ ମିଶାଇ ଅଶ୍ୱିନୀ ବୈଷ୍ଣବ ଗୋଟିଏ ମାସରେ କଟକ ଜିଲ୍ଲାକୁ ତିନି ଥର ଗସ୍ତ କରି ସାରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନରେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ରେଳମନ୍ତ୍ରୀ
ଇଟିଭି ଭାରତ, କଟକ