ଜୟପୁରରେ ପୌଷ ପୂର୍ଣ୍ଣିମା ଉତ୍ସବ ପାଳନ, ଯୋଗ ଦେଲେ ଜିଲ୍ଲାର ବହୁ କଳାକାର - ପୌଷ୍ୟ ପୂର୍ଣ୍ଣିମା ମହୋତ୍ସବ 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 26, 2024, 8:47 AM IST

Pusa Punein Mahotsav 2024: କୋରାପୁଟ: ଜିଲ୍ଲାର ଜୟପୁର ସହରରେ ଗୁରୁବାର ଦିନ ପୌଷ ପୂର୍ଣ୍ଣିମା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଗାଁ ଗଣ୍ଡାରେ ଆଦିବାସୀମାନେ ଏହି ପର୍ବକୁ ପାରମ୍ପରିକ ପ୍ରଥା ଅନୁଯାୟୀ ପୂଜା ପାର୍ବଣ ସହ ପାଳି ଆସୁଥିବା ବେଳେ ଗତ କିଛି ବର୍ଷ ହେବ ଜୟପୁର ସହରରେ କଳାକାର ମାନଙ୍କ ପ୍ରୟାସ ଓ ଜୟପୁର ବାସିନ୍ଦାଙ୍କ ସହଯୋଗରେ ଏହି ଉତ୍ସବକୁ ପାଳନ କରିବା ଆରମ୍ଭ କରିଛନ୍ତି । ତେବେ ବାଙ୍କ ମଠ ଠାରୁ ପୁଷପୁନିି ପଟୁଆରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର କଳାକାରଙ୍କ ସମେତ ଜୟପୁରର କଳାକାର ମାନେ ବିଭିନ୍ନ ପ୍ରକାରର ବେଶ ପୋଷାକରେ ସଜ୍ଜିତ ହୋଇ ଜୟପୁର ମୁଖ୍ୟ ରାସ୍ତାରେରେ ଯାଇ ପ୍ରସାଦ ରାଓ ପେଟା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ପହଞ୍ଚିଥିଲେ ।

ଏହାମଧ୍ୟ ପାଳନ୍ତୁ..ନୂଆପଡାରେ ପୌଷ ପୁର୍ଣ୍ଣିମା ପାଳନ, ଅନୁଷ୍ଠିତ ହେଲା ଘିଅ ପୋଡା ଯଜ୍ଞ
 

ଅବିଭକ୍ତ କୋରାପୁଟ ଜିଲ୍ଲାର ଢେମସା, ଶିଙ୍ଗ ବାଦ୍ୟ, ଶବର ଶବରୁଣୀ, ଦେଶିଆ ନାଟ, ଛେର୍ ଛେରା, ପାନିଆ ଧୁନିଆ ଓ ପତର ସଉରା ନାଟ ପଟୁଆର ରେ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ଜୟପୁର ଦଶହରା ପଡିଆରେ ଆସନ୍ତା ଛଅ ଦିନ ଧରି ମଞ୍ଚରେ ଜିଲ୍ଲାର ଆଦିବାସୀ ତଥା ଅନ୍ୟାନ୍ୟ କଳାକାର ନୃତ୍ୟ , ସଙ୍ଗୀତ ଓ ନାଟକ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ସାଙ୍ଗକୁ ବିଭିନ୍ନ କଳାକୃତି ଜିଲ୍ଲାବାସୀଙ୍କୁ ଆକୃଷ୍ଟ କରିବ ବୋଲି ଏହି ଉତ୍ସବ ଆୟୋଜନ କମିଟିର ପ୍ରମୁଖ ସଦସ୍ୟ ଧିରେନ ପଟ୍ଟନାୟକ ଜଣାଇଛନ୍ତି । ଏହି ଉତ୍ସବର ଶୋଭାଯାତ୍ରାରେ ଅଭିନୟ କରିବା ସହ ସାମିଲ ହେବା ଏକ ଅପୂର୍ବ ଆନନ୍ଦ ପ୍ରଦାନ କରିଥିବା କଳାକାର ମାନେ ମତ ରଖିଛନ୍ତି । ଗାଁ ଗାଁରେ ପାଳିତ ହେଉଥିବା ପୁଷ ପୁନେଇ ଉତ୍ସବ ଜୟପୁର ସହରରେ ଏକ ଗାଁର ପରିବେଶ ସୃଷ୍ଟି କରିଛି ବୋଲି ମତପ୍ରକାଶ ପାଇଛି । ଗାଁ ଗଣ୍ଡାରେ ଯୁବ ପିଢ଼ି ଧୀରେ ଧୀରେ ପାରମ୍ପରିକ ନୃତ୍ୟ , ଗୀତ ଓ ପରମ୍ପରାରୁ ମୁହଁ ଫେରାଇ ଆଧୁନିକ ଧାରା ପ୍ରତି ଆକୃଷ୍ଟ ହେଉଥିବା ବେଳେ ଏପରି ଯାତ୍ରା ଅନୁଷ୍ଠିତ ହେବା ଫଳରେ ଆଦିବାସୀ ସଂସ୍କୃତିର ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ଆଦିବାସୀ କଳାକାର ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.