thumbnail

ବଡଦାଣ୍ଡରେ ବିଦେଶୀ ଭକ୍ତ, ରଥାରୁଢ଼ ମହାପ୍ରଭୁଙ୍କୁ ଦେଖି ଭାବବିହ୍ବଳ - Ratha Yatra 2024

By ETV Bharat Odisha Team

Published : Jul 7, 2024, 2:48 PM IST

ପୁରୀ: କାଳିଆ ପ୍ରେମରେ ବିଦେଶୀ ଭକ୍ତ । ରଥଯାତ୍ରା ପାଇଁ ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ । ଆଜି ପରି ଏକ ବଡ ଦିନରେ ବଡଦାଣ୍ଡରେ ଥିବାରୁ ନିଜକୁ ଧନ୍ୟମନେ କରୁଛନ୍ତି ବିଦେଶୀ ଭକ୍ତ । ପ୍ରତିବର୍ଷ ରଥଯାତ୍ରା ସମୟରେ ବିଦେଶରୁ ଅନେକ ଭକ୍ତ ପୁରୀକୁ ଧାଇଁଆସିଥାନ୍ତି । ଖୋଲା ଆକାଶ ତଳେ ଆଖି ଖୋଲି ଜଗାକୁ ଦର୍ଶନ କରିବାକୁ । ରଥଯାତ୍ରା ପାଇଁ ଦେଶର କୋଣ ଅନୁକୋଣରୁ ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ । ସକାଳୁ ସକାଳୁ ଶ୍ରୀମନ୍ଦିର ଆଗରେ ଲାଗିଛି ଭକ୍ତଙ୍କ ଗହଳି । ହଜାର ହଜାର ଭକ୍ତ ମନ୍ଦିର ଆଗରେ ଭିଡ ଜମାଇଛନ୍ତି । ଦିନ ଯେତେ ଗଡୁଛି ଭକ୍ତଙ୍କ ଗହଳି ସେତେ ବଢୁଛି । କାଳିଆକୁ ଦେଖି ଭାବ ବିହ୍ବଳ ଭକ୍ତ । ବଡଦାଣ୍ଡରେ ଭକ୍ତ ଭଗବାନଙ୍କର ହୋଇଛି ମହାମିଳନ । 

ଏହା ମଧ୍ୟ ପଢନ୍ତୁ-ରଥରେ ବିଜେ କଲେ ବଳଭଦ୍ର-ସୁଭଦ୍ରା; ଟାହିଆ ହଲାଇ ଆସୁଛି କାଳିଆ ସୁନା - Ratha Yatra 2024 Live Updates

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.