thumbnail

ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ବୌଦ୍ଧ - Rath Yatra 2024

By ETV Bharat Odisha Team

Published : Jul 7, 2024, 1:25 PM IST

Lord Jagannath chariot festival observed in Boudh ବୌଦ୍ଧ: ପବିତ୍ର ଘୋଷଯାତ୍ରା ଅବସରରେ ଚଳଚଞ୍ଚଳ ଜଗନ୍ନାଥ ମନ୍ଦିର । ଚଳିତ ବର୍ଷ ଏକ ବିରଳ ସଂଯୋଗ କ୍ରମେ ଘୋଷଯାତ୍ରା ଦିନରେ ହିଁ ନେତ୍ରୋତ୍ସବ ତଥା ନବଯୌବନ ଦର୍ଶନ ପଡିଛି । ଯେଉଁଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି । ବଡ ଠାକୁରଙ୍କ ବଡ ଯାତ୍ରା ଘୋଷଯାତ୍ରା । ପୁରପଲ୍ଲୀ ଉତ୍ସବମୁଖର । ବୌଦ୍ଧ ଜିଲ୍ଲାରେ ସତୁରୀରୁ ଉର୍ଦ୍ଧ୍ବ ସ୍ଥାନରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୀଠରେ ଘୋଷଯାତ୍ରା ପାଳନ ହୋଇଛି । 

ଗଡଜାତ ଅଞ୍ଚଳର ଆରାଧ୍ୟ ତଥା ବୌଦ୍ଧର ସର୍ବପୁରାତନ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ରଥଯାତ୍ରା ନୀତିକାନ୍ତି ଜାରି ରହିଛି । ଜିଲ୍ଲା ପ୍ରଶାସନ, ମନ୍ଦିର ପରିଚାଳନା କମିଟି ଓ ବ୍ରାହ୍ମଣ ସଂଘ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପ୍ରତ୍ୟୁଷରୁ ଶ୍ରୀଜଗନ୍ନାଥ ମନ୍ଦିର ଅଣସର ଗୃହରେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜା କରାଯାଇଥିଲା । ତିନି ଦିନରେ ଗୋଟିଏ ଉତ୍ସବ ଅର୍ଥାତ ଶ୍ରୀଗୁଣ୍ଡିଚା ଯାତ୍ରା, ନେତ୍ରୋତ୍ସବ ସହିତ ନବଯୌବନ ଆଜି ଗୋଟିଏ ଦିନରେ ପଡୁଥିବାରୁ ବଡ ଠାକୁରଙ୍କ ବେଶଭୂଷା ଓ ନୀତିକାନ୍ତି ନିମନ୍ତେ ସର୍ବସାଧାରଣ ଦର୍ଶନ ତଥା ନବଯୌବନ ଦର୍ଶନ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା ।

ସକାଳେ ଅଳ୍ପ ସମୟ ନିମନ୍ତେ ଠାକୁର ଦର୍ଶନ ପରେ ଭକ୍ତ ଶ୍ରଦ୍ଧାଳୁ ମନ୍ଦିର ବେଢାରେ ଥାଇ ବଡ ଠାକୁରଙ୍କ ପୂଜାର୍ଚ୍ଚନା କରି ଫେରିଥିଲେ । ବୌଦ୍ଧ ଉପଜିଲ୍ଲାପାଳ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଅପରାହ୍ନ ପରେ ବ୍ରାହ୍ମଣ ସେବାୟତଙ୍କ ଗହଣରେ ଚତୁର୍ଦ୍ଧା ବିଗ୍ରହ ପହଣ୍ଡି ବିଜେ ଓ ରଥବିଜେ ଓ ରଥଯାତ୍ରା ଅନୁଷ୍ଠିତ ହେବ  ।

ଏହାମଧ୍ୟ ପଢନ୍ତୁ.. ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା; ବଡଦାଣ୍ଡକୁ ଓହ୍ଲାଇବେ ବିଶ୍ୱନିୟନ୍ତା, ଅପେକ୍ଷାରେ ତିନି ରଥ - Puri Ratha Yatra 2024
 

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.