ଚତୁର୍ଥ ଦିନରେ ପହଞ୍ଚିଲା ଜାତୀୟ ରାଜପଥ ପୁନଃନିର୍ମାଣ ଆନ୍ଦୋଳନ

By ETV Bharat Odisha Team

Published : Jan 20, 2024, 4:34 PM IST

thumbnail

Protest Over Reconstruction of NH: ଅନୁଗୋଳ: ତୀବ୍ରତର ହେଉଛି ଜାତୀୟ ରାଜପଥ ପୁନଃନିର୍ମାଣ ଦାବି । ଚତୁର୍ଥ ଦିନରେ ପହଞ୍ଚିଛି ସଚେତନ ନାଗରିକଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ । ଲୋକପ୍ରତିନିଧିଙ୍କ କୁଶ ପୁତ୍ତଳିକା ଦାହ କଲେ ଆନ୍ଦୋଳନକାରୀ ।  

ଏହା ମଧ୍ୟ ପଢ଼ନ୍ତୁ... କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା, ପ୍ରମାଣପତ୍ର ଯାଞ୍ଚ ପରେ ହଟିବେ ଅଯୋଗ୍ୟ କହିଲେ ଓସେପା ନିର୍ଦ୍ଦେଶକ

ଅନୁଗୋଳ ଜିଲ୍ଲା ସଚେତନ ନାଗରିକଙ୍କ ପକ୍ଷରୁ ଚଳିଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ତେବେ ଏପର୍ଯ୍ୟନ୍ତ କୌଣସି ଲୋକପ୍ରତିନିଧି, ବିରୋଧୀ ରାଜନେତା କିମ୍ବା କେନ୍ଦ୍ରୀୟ ଦଳର ନେତାଙ୍କ ଦେଖାନାହିଁ । ସେନେଇ ଉତ୍ୟକ୍ତ ଆନ୍ଦୋଳନକାରୀ ଲୋକପ୍ରତିନିଧିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । 55 ନଂ ଜାତୀୟ ରାଜପଥର ଦୁରାବସ୍ଥାର ସମାଧାନ ସାଙ୍ଗକୁ ଅନୁଗୋଳରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସଚେତନ ନାଗରିକଙ୍କ ଆନ୍ଦୋଳନ ଗତ 11 ତାରିଖରେ ଆରମ୍ଭ ହୋଇଥିଲା । ଦିନ ତମାମ ଧାରଣାରେ ବସିବା ପରେ ଆନ୍ଦୋଳନକାରୀ ଲୋକ ପ୍ରତିନିଧିଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି । ଯଦିଓ ନିର୍ଦ୍ଦିଷ୍ଟ କାହା ନାମରେ କୁଶପୁତ୍ତଳିକା ଦାହ କରାଯାଇ ନାହିଁ, କେବଳ ଲୋକ ପ୍ରତିନିଧି ଲେଖା ଥିବା ପୁତ୍ତଳିକା ଦାହ କରାଯାଇଥିଲା । ଗଣଧାରଣା ଚାରି ଦିନରେ ପହଞ୍ଚି ଥିଲେ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସରକାରରେ ଥିବା ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ କାହାର ମଧ୍ୟ ଦେଖାନାହିଁ । ତେବେ ଜିଲ୍ଲାବାସୀଙ୍କ ଏହି ନାର୍ଯ୍ୟ ଦାବି ପୂରଣ ପାଇଁ ଆଗକୁ ସଚେତନ ନାଗରିକଙ୍କ ଦ୍ଵାରା ସାରା ଜିଲ୍ଲାକୁ ସମ୍ପୂର୍ଣ୍ଣ ଅର୍ଥନୈତିକ ଅବରୋଧ କରାଯିବା ସହ ଅଖ ଚକ ବନ୍ଦ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.