କୋଲକାତା ହରର୍‌, SCBରେ ଜୁନିୟର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ - justice for kolkata doctor

By ETV Bharat Odisha Team

Published : Aug 15, 2024, 4:09 PM IST

thumbnail
Justice for Westbengal doctor (ETV Bharat Odisha)

କଟକ: ଏସସିବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ଜୁନିୟର ଡାକ୍ତର ସଂଘ । ପଶ୍ଚିମବଙ୍ଗର ଆରଜିକର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଟକ ଏସସିବି ଜୁନିୟର ରେସିଡେଣ୍ଟ, ହାଉସ ସର୍ଜନ, ୟୁଜି ଡାକ୍ତରୀ ଛାତ୍ରଛାତ୍ରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । 72 ଘଣ୍ଟା ଅର୍ଥାତ 3 ଦିନ ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି । OPD, OT, ଲ୍ୟାବ ଆଦିରେ କାର୍ଯ୍ୟବନ୍ଦ କରିଛନ୍ତି ଏହି ତିନି ସଂଘ ବୋଲି କହିଛନ୍ତି ଜୁନିୟର ଡାକ୍ତର ସଂଘ ସଭାପତି । କେବଳ ଜରୁରୀକାଳିନ ସେବା ଜାରି ରହିବ । ଘଟଣାର ତ୍ବରିତ ତଦନ୍ତ, ପୀଡିତାଙ୍କୁ ନ୍ୟାୟ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଦାବି କରିଛି ସଂଘ ।

ଏହା ବି ପଢନ୍ତୁ...‘କୋଲକାତା କାଣ୍ଡର ଦୋଷୀକୁ ଶୀଘ୍ର ଦିଅ ଦଣ୍ଡ’: SCBରେ ତେଜିଲା ସ୍ୱର - STUDENT IN PROTEST IN CUTTACK SCB

ପୂର୍ବରୁ ମଙ୍ଗଳବାର ଏସସିବିର ଡାକ୍ତରମାନେ କଳାବ୍ୟାଜ ପିନ୍ଧି ପ୍ରତିବାଦ ଜଣାଇଥିଲେ । ପୂର୍ବରୁ ମହିଳା ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଟକ ଏସସିବିରେ ଆଜି ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ, ହାଉସ ସର୍ଜନ, ସ୍ନାତକ ଡାକ୍ତରୀ ଛାତ୍ରଛାତ୍ରୀମାନେ ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ଘଟଣାର ତ୍ବରିତ ତଦନ୍ତ, ପୀଡିତାଙ୍କୁ ନ୍ୟାୟ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଦାବି କରିଥିଲେ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କଳାବ୍ୟାଚ୍ ପିନ୍ଧି କାର୍ଯ୍ୟ କରିବେ ବୋଲି ଡାକ୍ତର ସଂଘ କହିଥିଲେ ।
 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.