thumbnail

NISER ତ୍ରୟୋଦଶ ସ୍ନାତକ ସମାରୋହରେ ସାମିଲ ହେଲେ ରାଷ୍ଟ୍ରପତି, ଦେଖନ୍ତୁ LIVE - President Visit NISER

By ETV Bharat Odisha Team

Published : Jul 9, 2024, 12:07 PM IST

Updated : Jul 9, 2024, 12:42 PM IST

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା ଗସ୍ତର ଆଜି ଶେଷ ଦିନ । ଦିଲ୍ଲୀ ଫେରିଯିବା ପୂର୍ବରୁ ଜଟଣୀ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ‘ନାଇଜର’ର ତ୍ରୟୋଦଶ ସ୍ନାତକ ସମାରୋହରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି । ଗତ ତିନିଦିନ ଧରି ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗସ୍ତର ତୃତୀୟ ଦିନରେ ଭୁବନେଶ୍ବରରେ ଉଦୟଗିରି ଗୁମ୍ଫା ବୁଲିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ଉଦୟଗିରି ପରିଦର୍ଶନ କରିଥିଲେ ମହାମହିମ । ଅତୀତର ସ୍ମୃତି ମନେ ପକାଇ ଉଦୟଗିରିର ଶିଳା ଲେଖା, ଗୁମ୍ଫା, ଉତ୍କଳର ଉନ୍ନତ କଳାର ପ୍ରତୀକ ବୋଲି କହିଥିଲେ । କଳାର ସଂରକ୍ଷଣ କରିବା ଉଚିତ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଭୁବନେଶ୍ୱରରେ ପାଠ ପଢ଼ିବା ସମୟର ସ୍ମୃତି ମନେ ପକାଇଥିଲେ ରାଷ୍ଟ୍ରପତି । ସ୍ବତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମରେ ୫୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।  ଇଟିଭି ଭାରତ, ଭୁବନେଶ୍ବର
Last Updated : Jul 9, 2024, 12:42 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.