ରାଜ୍ୟ ସରକରାଙ୍କ ଲୋକାଭିମୁଖୀ ଯୋଜନାକୁ ମୁଦ୍ଦା କରି ନିର୍ବାଚନ ଲଢ଼ିବୁ ଓ ଜିତିବୁ: ପ୍ରଦୀପ - Nabarangpur Lok Sabha Constituency

By ETV Bharat Odisha Team

Published : Mar 27, 2024, 9:00 PM IST

thumbnail

Nabarangpur Lok Sabha Constituency ନବରଙ୍ଗପୁର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡି ପକ୍ଷରୁ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ 9 ଟି ଆସନ ଏବଂ ଦ୍ବିତୀୟ ପର୍ଯ୍ୟାୟରେ 6 ଟି ଲୋକସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଲୋକସଭା ଆସନ ପାଇଁ ପ୍ରଦୀପ ମାଝୀଙ୍କୁ ପ୍ରାର୍ଥୀ କରିଛି ବିଜେଡି ।  

ତେବେ ପ୍ରଦୀପଙ୍କ ଉପରେ ଭରସା କରି ତାଙ୍କୁ ଲୋକସଭା ଆସନ ପାଇଁ ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ । ଏନେଇ ପ୍ରଦୀପ କହିଛନ୍ତି, "ସମସ୍ତ କର୍ମୀ ମିଶି କାମ କରିବେ । ଲୋକଙ୍କ ଉନ୍ନତି ପାଇଁ ବିଜୁ ଜନତା ଦଳ କରିଥିବା କାର୍ଯ୍ୟକୁ ଆହୁରି ଆଗକୁ ନିଆଯିବ । ସଂଗଠନ ଓ ବେଜେଡି କରିଥିବା କାର୍ଯ୍ୟକୁ ଆଧାର କରି ନିର୍ବାଚନ ଲଢ଼ିବୁ । ନବରଙ୍ଗପୁରବାସୀ ବିଜେଡି ଉପରେ ଭରସା କରିବେ । ଆମେ ବିପୁଳ ପରିମାଣରେ ଭୋଟ ପାଇଁ ବିଜୟୀ ହେବୁ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା: ଢେଙ୍କାନାଳରୁ ଅବିନାଶ, କଟକରୁ ସଂତୃପ୍ତଙ୍କୁ ଟିକେଟ - BJD Lok Sabha Candidates 

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.