ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର: ଖାଉଟି କଲ୍ୟାଣ ମନ୍ତ୍ରୀ - Cold storage Facilities In Odisha

By ETV Bharat Odisha Team

Published : Jul 30, 2024, 8:58 PM IST

thumbnail
ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଆଉ ରହିବନି ଆଳୁ ସମସ୍ୟା । ଭବିଷ୍ୟତରେ ଆଳୁ ସଙ୍କଟରୁ ବର୍ତ୍ତିବା ଲାଗି ସରକାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସିବା ବନ୍ଦ ହେବା ପରେ ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି । ଗରିବଙ୍କଠାରୁ ମଧ୍ୟବିତ୍ତ ପ୍ରଭାବିତ ହେବା ପରେ ଆଳୁ ବ୍ୟବସାୟୀମାନେ ରାଜ୍ୟରେ ଆଳୁ ଚାଷକୁ ପ୍ରୋତ୍ସାହନ ଦେବା ଓ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଦାବି କରିଥିଲେ । ତେବେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏ ଉପରେ ମତ ରଖିଛନ୍ତି ।  

ଏହା ବି ପଢନ୍ତୁ- ଗୃହରେ ଦରଦାମ୍ ତାତି; ମୋହନ ସରକାରକୁ ଘେରିଲେ ବିରୋଧୀ, ଦର ନିୟନ୍ତ୍ରଣ କେନ୍ଦ୍ର-ରାଜ୍ୟ ସରକାରଙ୍କ ଦାୟିତ୍ବ କହିଲେ ନିରଞ୍ଜନ 

ମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ଆଉ ଏବେ ଆଳୁ ସଙ୍କଟ ନାହିଁ । ଆଳୁ ଦର ଏବେ ସ୍ବାଭାବିକ ହୋଇଛି । ମୁଁ ନିଜେ ବିଭିନ୍ନ ସ୍ଥାନରେ ବୁଲି ବୁଲି ତଦାରଖ କରୁଛି । ଦରଦାମ ଵୃଦ୍ଧି ନେଇ ବିରୋଧୀ କଥା ରଖିଥିଲେ ।  ରାଜ୍ୟରେ 400 ଉପରେ ସ୍ଥାନରେ ଛାପା ମରାଯାଇଛି । ଅସାଧୁ ବ୍ୟବସାୟୀଙ୍କ ଉପରେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଆଳୁ ଦର ଏବେ ସ୍ବାଭାବିକ । ଉତ୍ତରପ୍ରଦେଶରୁ ବହୁ ଟ୍ରକ ଆଳୁ ଓଡ଼ିଶା ଆସୁଛି । ଆଳୁ ସଂରକ୍ଷଣ ପାଇଁ ରାଜ୍ୟବ୍ୟାପୀ ପଦକ୍ଷେପ ଗ୍ରହଣ କରାଯିବ । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.