thumbnail

ବଡ଼ଦାଣ୍ଡରେ ପୋଲିସର ଗୁଣ୍ଡାରାଜ ! କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ - POLICE ATTACKED DOCTOR

By ETV Bharat Odisha Team

Published : Jul 8, 2024, 6:13 PM IST

Police Attacked Doctor in Puri: ପୁରୀ: ରଥ ଟଣାବେଳେ କାର୍ଯ୍ୟରତ ଡାକ୍ତରଙ୍କୁ ପୋଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ । ସୁଭଦ୍ରାଙ୍କ ରଥ ମେଡିକାଲ ଛକ ଅତିକ୍ରମ କରୁଥିବାବେଳେ ସେଠାରେ କାର୍ଯ୍ୟରତ ଡାକ୍ତର ଶାନ୍ତନୁ କୁମାର ପାଢ଼ୀ ସୁଭଦ୍ରାଙ୍କ ରଥ ଦଉଡି଼ ଛୁଇଁବା ପାଇଁ ମେଡିକାଲ ସମ୍ମୁଖକୁ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଅମରେଶ ପଣ୍ଡାଙ୍କ ସମେତ ଅନ୍ୟ ଦଉଡ଼ି ଛୁଇଁବାକୁ ଯାଇଥିବା ଡାକ୍ତର ଶାନ୍ତନୁ ପାଢ଼ୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କୁ ଧକ୍କା ମାରି ବାହାରକୁ ବିଦା କରିବାକୁ ଚେଷ୍ଟା କରିଥିଲେ ଉପସ୍ଥିତ ପୋଲିସ କର୍ମଚାରୀ । ସେହି ସମୟରେ ଡାକ୍ତର ନିଜର ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ଉପସ୍ଥିତ ପୋଲିସ ଅଧିକାରୀମାନେ ତାଙ୍କୁ ତଳେ ପକାଇ ମାଡ଼ ମାରିଥିବା ଡାକ୍ତର ଶାନ୍ତନୁ କୁମାର ପାଢ଼ୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଦଳା ଚକଟାରେ ଭାଙ୍ଗିଲା ଭକ୍ତଙ୍କ ହାତ - Rath Yatra 2024

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.