ରାମଲାଲାଙ୍କ ସୂର୍ଯ୍ୟତିଳକ ଦେଖି ଭାବୁକ ହେଲେ ମୋଦି - MODI WATCHES SURYA TILAK - MODI WATCHES SURYA TILAK
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/17-04-2024/640-480-21246284-thumbnail-16x9-m.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Apr 17, 2024, 3:32 PM IST
Modi Watches Ram Lalla Surya Tilak: ହାଇଦ୍ରାବାଦ: ଆଜି ପବିତ୍ର ରାମ ନବମୀ ଅବସରରେ ରାମଙ୍କ ଜନ୍ମଭୂମିରେ ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ ପାଳିତ ହେଉଛି । ଏହି ଅବସରରେ ରାମଲାଲାଙ୍କ ସୂର୍ଯ୍ୟତିଳକ କରାଯାଇଥିଲା । ରାମଲାଲାଙ୍କ ମସ୍ତକଙ୍କରେ ଶୋଭା ପାଇଲା ସୂର୍ଯ୍ୟତିଳକ । ୪ ମିନିଟର ଅପୂର୍ବ ଦୃଶ୍ୟକୁ ସାରା ଦେଶ ଉପଭୋଗ କରିଥିବା ବେଳେ ବ୍ୟସ୍ତବହୁଳ ନିର୍ବାଚନ କାର୍ଯ୍ୟସୂଚୀ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଲାଲାର 'ସୂର୍ଯ୍ୟ ତିଳକ' ରୀତିନୀତି ଦେଖିଥିଲେ।
ବୁଧବାର ଆସାମରେ ନିଜର ରାଲି ମଧ୍ୟରେ ସମୟ ବାହାର କରି ବିମାନରେ ରାମଲାଲାଙ୍କ 'ସୂର୍ଯ୍ୟତିଳକ' ରୀତିନୀତି ଦେଖିଛନ୍ତି । ଏହି ସମୟରେ ସେ ନିଜ ଜୋତା ବାହାର କରି ଭିସିରେ ରାମଲାଲାଙ୍କ 'ସୂର୍ଯ୍ୟତିଳକ' ସମାରୋହକୁ ଉପଭୋଗ କରିଛନ୍ତି ଏବଂ ଭାବବିହ୍ୱଳ ମଧ୍ୟ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ମଧ୍ୟ ପୋଷ୍ଟ କରି ଏହାର ଝଲକ ଦେଖାଇଛନ୍ତି । ମୋଦି ଏହା ସେୟାର କରି "କୋଟି କୋଟି ଭାରତୀୟଙ୍କ ପରି ଏହା ମଧ୍ୟ ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଅଟେ । ଏହି ସୂର୍ଯ୍ୟତିଳକ ଆମ ଜୀବନରେ ଶକ୍ତି ଆଣି ଦିଅନ୍ତୁ ବୋଲି ସେ କହିଛନ୍ତି ।''
ଏହା ମଧ୍ୟ ପଢନ୍ତୁ: ଅଯୋଧ୍ୟାରେ ରାମଲାଲାଙ୍କ ମସ୍ତକରେ ଝଟକିଲା ସୂର୍ଯ୍ୟତିଳକ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ