ଆଜି ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ', ଅପେକ୍ଷାରେ ହଜାର ହଜାର ଜନତା - PM Modi Puri Visit

By ETV Bharat Odisha Team

Published : May 20, 2024, 6:56 AM IST

Updated : May 20, 2024, 7:04 AM IST

thumbnail
ଆଜି ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ' (ETV Bharat Odisha)

ପୁରୀ: ଆଜି ଜଗନ୍ନାଥ ଧାମ ପୁରୀରେ ମେଗା ରୋଡ ସୋ' କରିବେ ପ୍ରଧାନମନ୍ତ୍ରୀ ମୋଦି  । ପ୍ରଧାନମନ୍ତ୍ରୀ ପ୍ରଥମେ ସକାଳ ୭ଟା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ  । ଏଥିପାଇଁ ଦ୍ବାରଫିଟା ନୀତି ଠାରୁ ସେ ଶ୍ରୀମନ୍ଦିର ଛାଡିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ  । ମୋଦି ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ମନ୍ଦିରରେ ରହିପାରନ୍ତି  । ଏହାପରେ ସକାଳ ୮ଟା ମଧ୍ୟରେ ସହରରେ ବିଶାଳ ରୋଡ ସୋ' କରିବାର କାର୍ଯ୍ୟକ୍ରମ ରହିଛି  । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  

ପୁରୀ ଏସପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ସକାଳ ୭ଟାରେ ଭୁବନେଶ୍ୱରରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୁରୀ ତାଳବଣିଆ ହେଲିପ୍ୟାଡଠାରେ ଅବତରଣ କରିବେ । କଡ଼ା ସୁରକ୍ଷା ବଳୟ ମଧ୍ୟରେ କାରକେଡ ଯୋଗେ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯିବେ । ତାଙ୍କର ସୁରକ୍ଷା ପାଇଁ ଏସପିଜିର ନିର୍ଦ୍ଦେଶ ଅନୁସାରେ ୩ ଏସପି, ୮ ଅତିରିକ୍ତ ଏସପି, ୨୨ ଡିଏସପି, ୪୨ ଇନ୍ସପେକ୍ଟର, ୧୦୯ ଏଏସଆଇ, ୨୦୨ କନଷ୍ଟେବଳ, ୨୫୦ ହୋମଗାର୍ଡଙ୍କ ସହ ମୋଟ ୬୩ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ବରେ ରହିଛନ୍ତି । ଏଥିସହ ତାଳବଣିଆ ହେଲିପ୍ୟାଡଠାରୁ ଶ୍ରୀମନ୍ଦିର ଯାଏଁ ପ୍ରଧାନମନ୍ତ୍ରୀ ଆସିବାକୁ ଥିବା ରାସ୍ତାରେ ରହିଥିବା ଉଚ୍ଚ କୋଠାଘର ଛାତ ଉପରେ ପୋଲିସ ବାହିନୀ ମୁତୟନ ହୋଇଛନ୍ତି ।  

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ପରିଚାଳନା ସମୀକ୍ଷା କଲେ ମୋଦି, ନେତାଙ୍କୁ ଦେଲେ ଗୁରୁମନ୍ତ୍ର - PM Modi At Bhubaneswar
 

ଟ୍ରାଫିକ କ୍ଷେତ୍ରରେ ମଧ୍ୟ କଟକଣା ଜାରି କରାଯାଇଛି । ଭୁବନେଶ୍ୱରରୁ ଆସୁଥିବା ଯାତ୍ରୀବାହୀ ବସ୍ ନବକଳେବର ରୋଡ ଦେଇ ବସଷ୍ଟାଣ୍ଡକୁ ଯାତାୟତ କରିବ । ସେହିପରି କୋଣାର୍କରୁ ଆସୁଥିବା ଯାତ୍ରୀବାହୀ ବସ୍ ବାଲିଘାଟ ଗ୍ରୀଡ ଛକ ଦେଇ ବସଷ୍ଟାଣ୍ଡକୁ ଯାତାୟତ କରିବ। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ'ରେ ଯୋଗ ଦେବାକୁ ଥିବା ବିଜେପି ସମର୍ଥକଙ୍କ ଗାଡ଼ି ଭୂଦାନ ପଡିଆ ଓ ସମଙ୍ଗ ପାର୍କିଂଠାରେ ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି । ଟୁରିଷ୍ଟ ବସଗୁଡ଼ିକ ମାଳତିପାଟପୁର ଏବଂ ସମଙ୍ଗଠାରେ ପାର୍କିଂ କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ପୁରୀକୁ ଆସୁଥିବା ଚାରିଚକିଆ ଓ ଦୁଇ ଚକିଆ ଯାନଗୁଡିକ ଜେଲ୍ ରୋଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂରେ ରଖିବା ନେଇ ବ୍ୟବସ୍ଥା ହୋଇଛି ।  

ଇଟିଭି ଭାରତ, ପୁରୀ

Last Updated : May 20, 2024, 7:04 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.