ତେଜିଲା ରାଉରକେଲା ରେଳ ଡ଼ିଭିଜନ ଦାବି - ରାଉରକେଲା ରେଳ ଡିଭିଜନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 10, 2024, 8:34 AM IST

Demand For Railway Division: ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାକୁ ରେଳ ବିଭାଗ ଅବହେଳା କରୁଥିବା ଅଭିଯୋଗ ଆଣିଛି ଉତ୍ତର ଭାରତୀୟ ସମନ୍ୱୟ ସମିତି । ଏନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମଳନୀରେ ବିଭିନ୍ନ ଦାବିକୁ ଉପସ୍ଥାପନ କରିଛି ସମିତି । ଉତ୍ତର ଭାରତୀୟ ସମନ୍ୱୟ ସମିତି ରାଉରକେଲାକୁ ସ୍ୱତନ୍ତ୍ର ରେଳ ଡ଼ିଭିଜନ ଘୋଷଣା କରିବା ପାଇଁ ଦାବି କରିଛି । ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟତଃ ଦଶଟି ଦାବି ରଖାଯାଇଛି । ସେଗୁଡ଼ିକ ହେଲା, ମୌର୍ଯ୍ୟ ଏକ୍ସପ୍ରେସ ଟ୍ରେନକୁ ଯଥା ସମ୍ଭବ ରାଉରକେଲା ଦେଇ ଚଲାଯାଉ, ଟାଟା ଥାବି ଏକ୍ସପ୍ରେସ ଟ୍ରେନକୁ ଟାଟା ଠାରୁ ରାଉରକେଲା ଯାଏଁ ବୃଦ୍ଧି କରାଯାଉ, ହାଉଡା ପୁଃନେ ଦୁରନ୍ତ ଏକ୍ସପ୍ରେସକୁ ରାଉରକେଲାରେ ଷ୍ଟପେଜ କରାଯାଉ, ବିମଲାଗଡ଼ ତାଳଚେର ରେଳ ଲାଇନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା, ରାଉରକେଲାକୁ ସ୍ୱତନ୍ତ୍ର ରେଳ ଡ଼ିଭିଜନ ଘୋଷଣା କରିବା ।

ଏହାସହ ରାଉରକେଲାରୁ ଉତ୍ତର ଓଡ଼ିଶା ବାଲେଶ୍ଵର ଏବଂ ଭଦ୍ରକ, ମୟୂରଭଞ୍ଜ ସହ ରେଳପଥ ଯୋଗାଯୋଗ କରିବା, ରାଉରକେଲା ରେଳ ଷ୍ଟେସନର ଦ୍ୱିତୀୟ ଗେଟର ଉନ୍ନତିକରଣ, ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏଭଳି ଦଶଟି ଦାବି ରଖିଛି ସମିତି । ଯଦି ଆଗାମୀ ଦିନରେ ଏହା ପୂରଣ ନ କରାଯାଏ, ତେବେ ଜନଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । 

ଏହା ମଧ୍ୟ ପଢନ୍ତୁ...ଜୋର ଧରିଲା ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା ଦାବି

ଇଟିଭି ଭାରତ , ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.