thumbnail

ଚାନ୍ଦିପୁର ସମୁଦ୍ର କୂଳରୁ ଲୋକଙ୍କୁ ଘଉଡ଼ାଇଲା ପୋଲିସ; ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ

By ETV Bharat Odisha Team

Published : 2 hours ago

ବାଲେଶ୍ବର: ଜିଲ୍ଲାରେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଆଜି ସକାଳ ସୁଦ୍ଧା 31 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଅଢେଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପୋଲିସ ପ୍ରଶାସନ ମଧ୍ୟ ଲୋକମାନଙ୍କ ସେବାରେ ନିୟୋଜିତ ହୋଇଛି । ତଳିଆ ଅଞ୍ଚଳର ଲୋକମାନଙ୍କୁ ଘରୁ ପୋଲିସ କର୍ମଚାରୀମାନେ ଗାଡ଼ିରେ ନେଇ ବାତ୍ୟା ଆଶ୍ରୟସ୍ଥଳୀରେ ଛାଡିଥିବା ଦେଖିବାକୁ ମିଳିଛି । 

ବାତ୍ୟା 'ଦାନା' ପାଇଁ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହାରି ଭିତରେ ସମୁଦ୍ର କୂଳିଆ ଅଞ୍ଚଳ ଗୁଡିକରେ ବାତ୍ୟାର ପ୍ରଭାବ ଅଧିକ ଥିବାରୁ ସେସବୁ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ହେଲେ କିଛି ଅମାନିଆ ବାତ୍ୟାର ପ୍ରକୋପ ବାବଦରେ ବୁଝି ନପାରି ସମୁଦ୍ର କୂଳରେ ଫଟୋ ଉଥାଉଥିବା ଚାନ୍ଦିପୁର ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଚାନ୍ଦିପୁର ମେରାଇନ ପୋଲିସ ସେମାନଙ୍କୁ ଘଉଡାଇଥିବା ଦେଖିବାକୁ ମିଳିଛି । ବାତ୍ୟା ବେଳେ ସମୁଦ୍ର କୂଳରେ ନରହିବାକୁ ସଚେତନ କରାଇବା ସହ ପୋଲିସ ଅମାନିଆଙ୍କୁ ସେଠାରୁ ଦୂରକୁ ଯିବାପାଇଁ ପରାମର୍ଶ ଦେଇଥିଲା । 

ଏହା ମଧ୍ୟ ପଢନ୍ତୁ ...ଉଗ୍ରରୂପ ଧାରଣ କରିବ ବାତ୍ୟା 'ଦାନା'; ସମୁଦ୍ର ଅଶାନ୍ତ, ବଢୁଛି ବର୍ଷା-ପବନ

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.