ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Patitapabana mangala alati - PATITAPABANA MANGALA ALATI
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/14-08-2024/640-480-22200113-thumbnail-16x9-puri.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 14, 2024, 6:53 AM IST
Patitapabana mangala alati: ପୁରୀ: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ । ରତ୍ନବେଦୀରେ ଦାରୁବ୍ରହ୍ମଙ୍କ ଦର୍ଶନ ପାଇଁ ମର୍ତ୍ତ୍ୟବୈକୁଣ୍ଠ ଶ୍ରୀକ୍ଷେତ୍ରକୁ କାହିଁ କେତେ ଦୂରରୁ ଚାଲି ଆସିଥାନ୍ତି ଭକ୍ତମାନେ । ବାରମାସରେ ତେର ପର୍ବ ସହ ଶ୍ରୀମନ୍ଦିରରେ ରହିଛି ପ୍ରତିଦିନ ବିଭିନ୍ନ ବେଶ, ଭୋଗ ଓ ନୀତିକାନ୍ତିର ପରମ୍ପରା । ସେଥିମଧ୍ୟରୁ ଅନ୍ୟତମ ତଥା ଆଦ୍ୟ ନୀତି ହେଉଛି ମଙ୍ଗଳ ଆଳତି । ପ୍ରତ୍ୟକ ଦିନ ଭୋରୁ ଦ୍ବାରଫିଟା ନୀତି ସମ୍ପନ୍ନ ହେବା ପରେ ରତ୍ନବେଦୀରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି ନୀତି ସମାପିତ ହୁଏ । ସେପଟେ ସିଂହଦ୍ବାର ପ୍ରବେଶ ପଥର ଦକ୍ଷିଣ ପାର୍ଶ୍ବରେ ଥିବା ପ୍ରଭୁ ପତିତପାବନଙ୍କର ମଧ୍ୟ ହୁଏ ମଙ୍ଗଳ ଆଳତି ନୀତି । ଆଜି ମଧ୍ୟ ନିର୍ଦ୍ଧାରିତ ସମୟରେ ମଧ୍ୟ ଏହି ନୀତି ଶେଷ ହୋଇଛି । ବିଶ୍ବାସ ରହିଛି ଏହି ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ଓ କୋଟି ଜନ୍ମର ପୂଣ୍ୟ ମିଳେ ।