ରାଇରଙ୍ଗପୁରରେ ପଥ ମହୋତ୍ସବ; ମୁରୁଜରେ ଜଗନ୍ନାଥ - RAIRANGPUR PATHA MAHOTSAV

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 16, 2024, 12:16 PM IST

ରାଇରଙ୍ଗପୁର: ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପଥ ମହୋତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛି । "ଭକ୍ତ ବନ୍ଧୁ ଜଗନ୍ନାଥ" ବିଷୟବସ୍ତୁ ଆଧାରିତ ମୁରୁଜ ଅଙ୍କନ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏଥିରେ ୩୮ଟି ଦଳ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ମୁରୁଜ ଚିତ୍ରକଳା ଦର୍ଶକଙ୍କ ମନ ମୋହିଥିଲା । ରଙ୍ଗ ବେରଙ୍ଗ ମୁରୁଜରେ ରାଇରଙ୍ଗପୁର ବଡଦାଣ୍ଡ ଶ୍ରୀକ୍ଷେତ୍ର ପୁରୀର ବଡଦାଣ୍ଡ ପରି ଦୃଶ୍ୟମାନ ହେଉଥିଲା । ଏହି ମନୋରମ ଦୃଶ୍ୟ ଦେଖିବା ପାଇଁ ଦୂର ଦୁରାନ୍ତରୁ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ସାରା ବିଶ୍ବର ଆରାଧ୍ୟ ଠାକୁର ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ତେଣୁ ଅଞ୍ଚଳବାସୀଙ୍କ ମଧ୍ଯରେ ଭକ୍ତିର ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ ପ୍ରତ୍ୟେକ ବର୍ଷ ମୁରୁଜରେ ପ୍ରଭୁ ଜଗନ୍ନାଥଙ୍କ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଏ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ବିଧାୟକ ଜୋଲେନ ନାଏକ, ରାଇରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ।

ଏହା ମଧ୍ୟ ପଢନ୍ତୁ...ଜନତା ମଇଦାନରେ ଜନଜାତୀୟ ଗୌରବ ଦିବସ, ୧୫୩୫ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.