ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା, ଦେଖନ୍ତୁ LIVE

By ETV Bharat Odisha Team

Published : Jan 29, 2024, 11:16 AM IST

Updated : Jan 29, 2024, 1:10 PM IST

thumbnail

ନୂଆଦିଲ୍ଲୀ: ପ୍ରଗତି ମଇଦାନର ଭାରତ ମଣ୍ଡପରେ ଆରମ୍ଭ ହୋଇଯାଇଛି ପ୍ରଧାମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ପରୀକ୍ଷା ପୂର୍ବରୁ ଚାପମୁକ୍ତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମଧ୍ୟ ସାମିଲ ହୋଇଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ହେବେ ପ୍ରଧାନମନ୍ତ୍ରୀ । କିଛି ଦିନ ପରେ ଦଶମ, ଏକାଦଶ, ଆଇସିଏସଇ, ସିବିଏସଇ, ସହ ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ହେବ । ଏହା ପୂର୍ବରୁ ପରୀକ୍ଷାର୍ଥୀଙ୍କ ସହ ଆଜି ଆଲୋଚନା କରୁଛନ୍ତି ନରେନ୍ଦ୍ର ମୋଦି । ପରୀକ୍ଷା ଦିନ ଯେତିକି ପାଖେଇ ଆସି ଛାତ୍ରଛାତ୍ରୀଙ୍କ ଉପରେ ଚାପ ବଢିଯାଇଥାଏ । ଏହି କାର୍ଯ୍ୟକ୍ରମ ପିଲାଙ୍କୁ ଦୃଢ କରିବ । କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚଳିତ ବର୍ଷ 2.25 କୋଟିରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିଲେ । 2018 ମସିହା ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ 22,000 ପଞ୍ଜିକରଣ କରିଥିଲେ।

Last Updated : Jan 29, 2024, 1:10 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.