ବିଶ୍ବ ଚମ୍ପିଆନ ଭାରତ; ବାଲୁକା ଚିତ୍ରକଳାରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା - Sudarsan congratulates Team India

By ETV Bharat Odisha Team

Published : Jun 30, 2024, 3:44 PM IST

thumbnail
ବିଶ୍ବ ଚମ୍ପିଆନ ଭାରତ; ବାଲୁକା ଚିତ୍ରକଳାରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା (ETV Bharat Odisha)

ପୁରୀ: ଭାରତୀୟ କ୍ରିକେଟ ଟିମ ଆଇସିସି ଟି-20 ବିଶ୍ଵକପ ବିଜୟୀ ହୋଇ ବିଶ୍ବ ଚମ୍ପିଆନ ହୋଇଛି । ଦକ୍ଷିଣ ଆଫ୍ରିକା ଟିମକୁ 7 ରନ୍‌ରେ ହରାଇ ଟାଇଟଲ ହାସଲ କରିଛନ୍ତି ମେନ ଇନ ବ୍ଲୁ । ଏହି ଐତିହାସିକ ବିଜୟ ପରେ ସାରା ଦେଶରେ ଖୁସିର ମାହୋଲ । ଭାରତୀୟ ଟିମକୁ ସବୁ ଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଭାରତୀୟ କ୍ରିକେଟ ଟିମକୁ ନିଜର ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ପୁରୀର ନିଳାଦ୍ରୀ ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ 500 ବଲ୍ ଓ ବାଲିରେ 20 ଫୁଟ ଲମ୍ବାର ବ୍ୟାଟ ଚିତ୍ରକୁ ସ୍ଥାନ ଦେଇ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।  ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତିକୃତିକୁ ଏହି ବାଲୁକା ଚିତ୍ରକଳାରେ ସ୍ଥାନ ଦିଆଯାଇଛି । ଟିମ ଇଣ୍ଡିଆ ଯେଭଳି ଚମତ୍କାର ପ୍ରଦର୍ଶନ କରି ଟି-20 ବିଶ୍ଵକପ ଜିତିଛି ଏହା ଐତିହାସିକ ବୋଲି ସୁଦର୍ଶନ କହିଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.