thumbnail

By ETV Bharat Odisha Team

Published : Jun 21, 2024, 9:21 AM IST

ETV Bharat / Videos

ଅନ୍ତର୍ଜାତୀୟ ଯୋଗ ଦିବସ; ବାଲୁକା କଳାରେ ସୁଦର୍ଶନଙ୍କ ବାର୍ତ୍ତା - Sudarshan Patnaik sand art

Sand art on International Yoga Day 2024  ପୁରୀ: ସାରା ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ । ସୁସ୍ଥ ଓ ନିରୋଗ ରହିବାର ମୂଳମନ୍ତ୍ର ହେଉଛି ଯୋଗ  । ୨୦୧୪ରେ ଅନ୍ତର୍ଜାତୀୟ ସ୍ତରରେ ଏହି ଦିବସ ପାଳିବାକୁ ଭାରତ ଜାତିସଂଘରେ ପ୍ରସ୍ତାବ ପାରିତ ଦେଇଥିବା ବେଳେ ୨୦୧୫ ମସିହାରୁ ଆଜିର ଦିନରେ ଯୋଗ ଦିବସ ପାଳନ ହୋଇଆସୁଛି । ଅନ୍ୟପଟେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବେଳାଭୂମୀରେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ଏହି ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସୂର୍ଯ୍ୟ ନମସ୍କାରର ପ୍ରତିକୃତିକୁ ସେ ତାଙ୍କ ବାଲୁକା ଚିତ୍ର କଳାରେ ସ୍ଥାନ ଦେଇଛନ୍ତି । ଯୋଗ ହେଉଛି ଭାରତର ପୁରାତନ ପରମ୍ପରା । ଏହାକୁ କରିବା ଦ୍ଵାରା ଉଭୟ ଶାରିରୀକ ଓ ମାନସିକ ସ୍ତରରେ ବ୍ୟକ୍ତି ସୁସ୍ଥ ରହିଥାଏ ବୋଲି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.