ବାଲୁକାକଳାରେ ନୌସେନା ବୀରତ୍ବର ଗାଥା - SAND ART ON INDIAN NAVY DAY

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 3, 2024, 10:07 PM IST

ପୁରୀ: ନୌସେନା ଦିବସ ଉପଲକ୍ଷେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ କୁମାର ସାହୁ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି । ଆସନ୍ତାକାଲି (ବୁଧବାର) ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ନୌସେନାର ଭବ୍ୟ ଉତ୍ସବ ଉପଲକ୍ଷେ ବାଲୁକା କଳାରେ ମାନସ ନୌସେନାର ବୀରତ୍ବକୁ ପ୍ରଦର୍ଶିତ କରିଛନ୍ତି । ସେ ତାଙ୍କ ବାଲୁକା କଳାରେ 'Indian Navy The Crown Jewel'ର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକାକଳାକୁ ନିର୍ମାଣ କରିବାକୁ ମାନସଙ୍କୁ ୮ ଘଣ୍ଟା ସମୟ ଲାଗିଥିଲା । ଏହା ୨୦ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୦ ଟନ୍‌ ବାଲି ଉପଯୋଗ ହୋଇଥିବା ସେ କହିଛନ୍ତି । 

ଆସନ୍ତାକାଲି ବିଶ୍ବ ଦେଖିବ ଭାରତୀୟ ନୌସେନାର ପରାକାଷ୍ଠା । ପୁରୀ ବ୍ଲୁ-ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ-2024 । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅପରାହ୍ନ ୩ଟା ୫୫ରେ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବେ ରାଷ୍ଟ୍ରପତି । ଅପରାହ୍ନ ୪ଟାରୁ ଆରମ୍ଭ ହେବ ନୌସେନାର ଏହି ଭବ୍ୟ ସମାରୋହ ।

ଏହା ମଧ୍ୟ ପଢନ୍ତୁ ...କାଲି ନୌସେନା ଦିବସରେ ଯୋଗଦେବେ ରାଷ୍ଟ୍ରପତି: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟ ସୂଚୀ

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.