କୋରାପୁଟରେ 89 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ - Odisha Police Formation Day

By ETV Bharat Odisha Team

Published : Apr 1, 2024, 6:53 PM IST

thumbnail

Odisha Police Formation Day: କୋରାପୁଟ: ଓଡ଼ିଶା ପୋଲିସର 89 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କୋରାପୁଟ ଏସପି ଅଭିନବ ସୋନକରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୋଲିସ ପରେଡ ପଡି଼ଆରେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣସିଂ ମୀନା ମୁଖ୍ୟ ଅତିଥିଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଉତ୍ତମ ବ୍ୟବହାର ସହ ସେବା ମନୋଭାବ ରଖି କାମ କରି ଗରିବ ଓ ଅସହାୟଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଓ ମହିଳାଙ୍କ ଆସ୍ଥା ଭାଜନ ହେବାକୁ ସେ ତାଙ୍କ ଅଭିଭାଷଣରେ ଉପସ୍ଥାପନ କରିଥିଲେ ।

ଏହା ବି ପଢନ୍ତୁ...ଓଡିଶା ପୋଲିସର 89ତମ ପ୍ରତିଷ୍ଠା ଦିବସ: ଡିଜିପି କହିଲେ ସତ୍ୟ, ନ୍ୟାୟ ଓ ସେବା ଉପରେ ରହିବ ଫୋକସ - Formation Day Of Odisha Police

କାର୍ଯ୍ୟକ୍ଷେତ୍ରରେ ପୋଲିସ କାହାଦ୍ବାରା ପ୍ରଭାବିତ ନହୋଇ ଭୟମୁକ୍ତ , ଚାପ ମୁକ୍ତ ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।  ଆଇନର ସଠିକ କାର୍ଯ୍ୟକାରିତା ଦିଗରେ ପ୍ରୟାସ କରିବାକୁ ପରାମର୍ଶ ଦେଇଛନ୍ତି ଡିଆଇଜି । ଗତ 89 ବର୍ଷରେ କୋରାପୁଟ ପୋଲିସ ଅନେକ ସଫଳତା ପାଇଛି, ତଥାପି ଆଗକୁ ଅନେକ ଚ୍ୟାଲେଞ୍ଜ ରହିଛି ବୋଲି ସେ କହିଛନ୍ତି। ଅଖଣ୍ଡତାର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଜିଆଇଜି । ମାଓ ଦମନ କ୍ଷେତ୍ରରେ କୋରାପୁଟ ପୋଲିସ ବେଶ ସଫଳତା ହାସଲ କରିପାରିଛି । ଡିଜିଟାଲ ବ୍ୟବସ୍ଥାରେ ସାଇବର କ୍ରାଇମକୁ ରୋକିବା ସକାଶେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ପରାକାଷ୍ଠା ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଛନ୍ତି ଡିଆଇଜି । 

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.