ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ, ବିଜେପି ସରକାରର ୧୦୦ ଦିନ ପୂରଣ ପାଇଁ ଦେଲେ ଶୁଭେଚ୍ଛା - Governor Visits Puri Srimandir - GOVERNOR VISITS PURI SRIMANDIR
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/18-09-2024/640-480-22481931-thumbnail-16x9-od.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 18, 2024, 10:04 PM IST
ପୁରୀ: ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ରାଜ୍ୟପାଳ ଆସି ପହଁଚିବା ପରେ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ରାଜ୍ୟପାଳଙ୍କୁ ସ୍ଵାଗତ କରିଥିଲେ । ପରେ ରାଜ୍ୟପାଳ ରଘୁବର ଦାସ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ପାର୍ଶ୍ୱ ଦେବାଦେବୀ ମନ୍ଦିର ଯାଇ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିଥିଲେ ରାଜ୍ୟପାଳ ରଘୁବର ଦାସ ।
ରାଜ୍ୟପାଳ ରଘୁବର ଦାସ ପ୍ରତିକ୍ରିୟା ରେ କହିଛନ୍ତି, "ସାରା ଜଗତର ଲୋକଙ୍କ କଲ୍ୟାଣ ପାଇଁ ଆଜି ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ଆଶୀର୍ବାଦ ନେଲି । କାରଣ ସମ୍ପୂର୍ଣ୍ଣ ସୃଷ୍ଟି ହେଉଛି ମହାପ୍ରଭୁ ଶ୍ରଜଗନ୍ନାଥଙ୍କର । ଏଣୁ ସବୁବେଳେ ମହାପ୍ରଭୁଙ୍କ ଆଶୀର୍ବାଦ ମୁଁ ନେଇଥାଏ । ମହାପ୍ରଭୁଙ୍କ ଆଶୀର୍ବାଦରୁ ମତେ ଶକ୍ତି ମିଳୁ । ଯାହାଫଳରେ ମୁଁ ଗରିବ ଲୋକଙ୍କ ସେବା ସବୁବେଳେ କରିପାରିବି । କେନ୍ଦ୍ରରେ ଓ ଓଡିଶାରେ ବିଜେପି ସରକାର ୧୦୦ ଦିନ ପୂରଣ କରିଛି । ବିଜେପି ସରକାରର ଯାହା ଲୋକଙ୍କ ପ୍ରତି ପ୍ରତିଶ୍ରୁତି ଥିଲା ତାହା ୧୦୦ ଦିନରେ ବିଜେପି ପୂରଣ କରିଛି । ତେଣୁ ବିଜେପି ସରକାରକୁ ଅନେକ ଶୁଭେଚ୍ଛା ।"
ଏହା ମଧ୍ୟ ପଢ଼ନ୍ତୁ...ରତ୍ନଭଣ୍ଡାର ଯାଞ୍ଚ ଶେଷ, ବାହାରିଲେ ଟିମ୍ - Ratna Bhandar Inspection |
ଇଟିଭି ଭାରତ, ପୁରୀ: