ରାଉରକେଲାରେ ବାଜି ମାରିଲେ ସାରଦା ନାୟକ, ସୁନ୍ଦରଗଡ଼ରେ ବିଜୟୀ ପ୍ରାର୍ଥୀଙ୍କ ସେଲିବ୍ରେସନ - Odisha Election Results 2024 - ODISHA ELECTION RESULTS 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 5, 2024, 2:19 PM IST

ରାଉରକେଲା: ରାଉରକେଲା ବିଜେଡିର ବାଜିମାତ୍ । କଡା ଟକ୍କର ମଧ୍ୟରେ ବିଜୟୀ ହେଲା ବିଜେଡି । ବିଜେଡି ରାଜ୍ୟରେ ସ୍ଥିତି ସଙ୍ଗିନ ଥିବା ବେଳେ କିନ୍ତୁ ରାଉରକେଲାକୁ ନିଜ ଗଡ଼ରେ ପରିଣତ କରିଛନ୍ତି ସାରଦା ନାୟକ । ସେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୩୫୭୯ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ତେବେ ସାରଦା ନାୟକ ମୋଟ ୬୪୩୫୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ୬୦୭୭୬ ଭୋଟ ପାଇଛନ୍ତି । ସାରାଦା ନାୟକ ବିଜୟ ପରେ ରାଉରକେଲା ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ସୁନ୍ଦରଗଡ଼ରେ ଯୋଗେଶ ସିଂ ବିଜୟୀ

ସେପଟେ ସୁନ୍ଦରଗଡ଼, ତଳସରା, ବଣାଇ ଏବଂ ରାଜଗାଙ୍ଗପୁରରେ ବିଜୟୀ ହେବା ପରେ ବର୍ତ୍ତମାନ ସମସ୍ତ ନେତାଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ରେ ମଧ୍ୟ ଏଥର କୁସୁମ ଟେଟେକୁ ପରାସ୍ତ କରିଛନ୍ତି ଯୋଗେଶ ସିଂ। ଯୋଗେଶ ସିଂ ୮୬୩୯୮ ଭୋଟ ପାଇଥିଲେ ଏବଂ କୁସୁମ ଟେଟେ ଙ୍କୁ ୭୭୨୭୬ ଭୋଟ ପାଇଥିଲେ ଏବଂ ଯୋଗେଶ ୯୧୨୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ବଣାଇରୁ ଜିତିଲେ ସିପିଆଇ ଏମର ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା

ବଣାଇରେ ପୁଣି ବିଜୟ ହୋଇଛନ୍ତି ଲକ୍ଷ୍ମଣ ମୁଣ୍ଡା । ସିପିଆଇ ଏମର ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କୁ ୨୩, ୪୩୯ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ଲକ୍ଷ୍ମଣ ମୁଣ୍ଡା ମୋଟ ୮୧, ୦୦୮ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଭୀମସେନ ଚୌଧୁରୀ ୫୭,୫୬୯ ଖଣ୍ଡ, ବିଜେପିର ସେବତୀ ନାଏକ ୩୦,୦୬୭ ଖଣ୍ଡ, ଆପ ପ୍ରାର୍ଥୀ କୁନି ମୁଣ୍ଡା ୨୯୭୭ ଭୋଟ ପାଇଛନ୍ତି । ସୂଚନା ଥାଉ କି, ଲକ୍ଷ୍ମଣ ମୁଣ୍ଡା ଏହା ପୂର୍ବରୁ ୨୦୦୪, ୨୦୧୪ ଓ ୨୦୧୯ ନିର୍ବାଚନରେ ସିପିଆଇଏମରୁ ବିଜୟୀ ହୋଇଥିଲେ।  ୨୦୧୯ ନିର୍ବାଚନ ବିଧାୟକ ଲକ୍ଷ୍ମଣ ମୁଣ୍ଡା ନିକଟତମ ବିଜେଡି ପ୍ରାର୍ଥୀ ରଣଜିତ କିସାନ ସାନଙ୍କଠାରୁ ୧୨,୦୨୯ ଭୋଟରେ ବିଜୟୀ ହୋଇଥିଲେ । ତେବେ ଏହି ଆସନରୁ ଚତୁର୍ଥ ଥର ପାଇଁ ସେ ପୁଣି ବିଧାୟକ ହୋଇଛନ୍ତି । 

ରାଜଗାଙ୍ଗପୁରରେ ରାଜନ ଏକ୍କା ବିଜୟୀ

ରାଜଗାଙ୍ଗପୁର ବିଧାନସଭା ଆସନରେ କଂଗ୍ରେସର ଡାକ୍ତର ରାଜନ ଏକ୍କା ନିଜ ଗଡ଼ ରକ୍ଷା କରିବାରେ ସଫଳ ହୋଇଛନ୍ତି । ଏହି ବିଜୟ ଦଳ ନୁହଁ ବ୍ୟକ୍ତିତ୍ୱର ବିଜୟ ହୋଇଛି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି। ନିଜ ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡିର ଅନିଲ ବରୁଆଙ୍କୁ ୧୦,୧୪୮ ଭୋଟରେ ରେ ପରାଜୟ କରିଛନ୍ତି।ଏହି ବିଜୟ ମୋର ବିଜୟ ନୁହଁ, । ରାଜଗାଙ୍ଗପୁରବାସୀଙ୍କ ରାଜଗାଙ୍ଗପୁରବାସୀଙ୍କ ଭଲ ପାଇବାର ଏହା ପରିଣାମ। ରାଜଗାଙ୍ଗପୁର ନିର୍ବାଚନୀ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ଗତ ପାଞ୍ଚ ବର୍ଷରେ ମୁଁ ଓ ମୋ କର୍ମୀମାନେ କରିଥିବା ପରିଶ୍ରମର ଏହା ହିଁ ଫଳ । ରାଜଗାଙ୍ଗପୁରବାସୀ ମୋ ପ୍ରତି ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ବୋଲି କହିଛନ୍ତି ରାଜନ ଏକ୍କା ।

ତଳସରାରେ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ ବିଜୟୀ

ତଳସରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ରୂପେ ବିଜେପିର ଭବାନୀ ଶଙ୍କର ଭୋଇ ବିଜୟ ଲାଭ କଲା ପରେ ମଙ୍ଗଳବା ବାର ନିଜ ସମର୍ଥକଙ୍କ ଗହଣରେ ବିଭିନ୍ନ ମନ୍ଦିର ଯାଇ ପୂଜା ପାଠ ସହ ଖୁସି ମନାଇଥଲେ ଦେଖାଯାଇଛି । ତଳସରା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଭବାନୀ ଶଙ୍କର ଭୋଇ, ବିଜେଡିର ବିନୟ ଟପ୍ପା ଓ କଂଗ୍ରେସର ଦେବେନ୍ଦ୍ର ଭିତ୍ରିଆଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ତେବେ ଭବାନୀ ଭୋଇ 68928 ଭୋଟ ପାଇ ବିଜୟୀ ହୋଇଛନ୍ତି ଏବଂ ବିନୟ ଟପ୍ପୋ 51739 ଭୋଟ ପାଇଛନ୍ତି। 


ଏହା ମଧ୍ୟ ପଢନ୍ତୁ: ପଞ୍ଚମ ଥର ପାଇଁ ସାଂସଦ ହେବେ ସଙ୍ଗୀତା ସିଂହ ଦେଓ, କଣ କହିଲେ କଳିକେଶ ?

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.