ବାଲେଶ୍ୱରରେ ଭୋଟ ଦେଲେ ଦୁଇ ବିଧାୟକ ପ୍ରାର୍ଥୀ - BJD BJP MLA CANDIDATE CAST VOTE

By ETV Bharat Odisha Team

Published : Jun 1, 2024, 2:48 PM IST

thumbnail
ବାଲେଶ୍ୱରରେ ଚାଲିଛି ଭୋଟିଂ; ଦୁଇ ବିଧାୟକ ପ୍ରାର୍ଥୀ କଲେ ମତ ସାବ୍ୟସ୍ତ (ETV Bharat Odisha)

ବାଲେଶ୍ୱର: ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ଓଡିଶାରେ 6ଟି ଲୋକସଭା ଏବଂ 42ଟି ବିଧାନସଭା ଆସନରେ ମତଦାନ ହେଉଛି । ଏହି ସମୟରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ବିଜେପି ଏବଂ ବିଜେଡିର ପ୍ରାର୍ଥୀ ମତ ସାବ୍ୟସ୍ତ କରିଛନ୍ତି । ବାଲେଶ୍ୱର ସଦର ବିଜେପି ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ଗୋଳାପୋଖରୀ ସ୍ଥିତ ହାଜିନାସିରୁଦ୍ଦିନ ସ୍କୁଲ ବୁଥ ନଂ ୧୧୮ରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ସମୟରେ ସେ ବାଲେଶ୍ୱର ବାସୀଙ୍କୁ ବହୁଳ ସଂଖ୍ୟାରେ ମତଦାନ କରିବାକୁ ନିବେଦନ କରିଛନ୍ତି । ସେହିପରି ଆଜିମାବାଦ ୧୬୨ ନମ୍ବର ବୁଥରେ ବିଜେଡି ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ନିଜର ମତଦାନ କରିଛନ୍ତି । ଏଥର ଭୋଟ ହାର ଅଧିକ ବୃଦ୍ଧି ପାଇବ ବୋଲି ସ୍ୱରୂପ କହିବା ସହ ବାଲେଶ୍ୱରବାସୀ ପ୍ରବଳ ଗରମ ଗୁଳୁଗୁଳିରେ ମତଦାନ କରିବାକୁ ଆସିଥିବାରୁ ଧନ୍ୟବାଦ ଜଣାଇଛନ୍ତି । 

ଏହା ମଧ୍ୟ ପଢନ୍ତୁ: ବାଲେଶ୍ବରରେ ଶୃଙ୍ଖଳାର ସହ ଜାରି ରହିଛି ଭୋଟିଂ, ଭୋଟ ଦେଲେ ଲେଖାଶ୍ରୀ-ପ୍ରତାପ


ବାଲେଶ୍ୱର, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.